ଦେବଗଡ଼ : ରେଙ୍ଗାଳି ବନ୍ଧ ବାସଚ୍ୟୁତ ସୁରକ୍ଷା ସମିତି ପକ୍ଷରୁ ୫ ଦଫା ଦାବି ନେଇ ଆଜି ଦେବଗଡ଼ ଜିଲ୍ଲାରେ ରାସ୍ତାରୋକ ଏବଂ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହି ଡାକରାର ପ୍ରଭାବରେ ଜିଲ୍ଲାର ଅଧିକାଂଶ ସ୍ଥାନରେ ଦୋକାନ, ବଜାର ବନ୍ଦ ରହିଛି । ଖାଲି ସେତିକି ନୁହେଁ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି। ବିଭିନ୍ନ ସ୍ଥାନରେ ରାସ୍ତାରେ ଶତାଧିକ ଭାରିଯାନ ଅଟକି ରହିଥିବା ଜଣାଯାଇଛି।
ରେଙ୍ଗାଳି ବନ୍ଧ ବାସଚ୍ୟୁତ ସୁରକ୍ଷା ସମିତିର ମୁଖ୍ୟ ଦାବିଗୁଡିକ ହେଲା ପ୍ରସ୍ତାବିତ ଅନୁକମ୍ପାମୂଳକ କ୍ଷତିପୂରଣ ପ୍ରଦାନ, ଏଲ ଏ ୧୮ ଓ ୨୮ର ବିଚାର, ବାକିଆ ଦେୟ ପ୍ରଦାନ, ପୁନଃବସତି ଗ୍ରାମକୁ ରାଜସ୍ୱ ଗ୍ରାମରେ ପରିଣତ କରିବା , ଆଂଶିକ ବୁଡ଼ି ଗ୍ରାମକୁ ସଂପୂର୍ଣ୍ଣ ବୁଡ଼ି ଗ୍ରାମ ଘୋଷଣା କରିବା ଆଦି । ରେଙ୍ଗାଳି ବାସଚ୍ୟୁତ ସୁରକ୍ଷା ସମିତିର କର୍ମକର୍ତ୍ତାମାନେ ଦେବଗଡ଼ ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନ ବନ୍ଦ କରୁଥିବା ବେଳେ .ସେମାନଙ୍କ ଭିତରୁ ୪୯ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/deogarh-18-2-19.jpg)