ବରିଷ୍ଠ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଜୟପୁର: ସରକାରୀ ଉଚ୍ଚବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରଭାତ କୁମାର ରଥ ନିଜ ଚାକିରିରୁ ଅବସର ନେଇଛନ୍ତି । ଆଜି ବିଦ୍ୟାଳୟ ପରିସରରେ  ପ୍ରଧାନଶିକ୍ଷକ ପ୍ରକାଶ ପଟ୍ଟନାୟକଙ୍କ  ସଭାପତିତ୍ୱରେ ବିଦାୟକାଳନୀ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ଶିକ୍ଷକ , ଶିକ୍ଷୟିତ୍ରୀ , କର୍ମଚାରୀ ଓ ଛାତ୍ରଛାତ୍ରୀ  ମାନେ ଉପସ୍ଥିତଥିଲେ । ଅତିଥି ଭାବେ ପୂର୍ବତନ ପ୍ରଧାନଶିକ୍ଷକ ସୁରେନ୍ଦ୍ର ପଟ୍ଟନାୟକ ଯୋଗ ଦେଇ ଶ୍ରୀ ରଥ ନିଜ ଚାକିରୀକାଳରେ ନିସ୍ବାର୍ଥପର ଭାବେ କିଭଳି ଶିକ୍ଷାଦାନ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ଭାବେ ରହି ଲକ୍ଷ୍ୟ ଆଡକୁ ଅଗ୍ରସର ହେବାକୁ ମାର୍ଗଦର୍ଶନ ଦେଉଥିଲେ ବୋଲି ସ୍ମୃତି ଚାରଣ କରିଥିଲେ।

ବିଦ୍ୟାଳୟର ଶିକ୍ଷକ ଭଗବାନ ସାବତ , ବିଶ୍ୱରଞ୍ଜନ ଗୌଡ଼ ,ଦେବେନ୍ଦ୍ର କୁମାର ପାଢୀ,ସୁଜିତ କୁମାର ନାୟକ, ବନିତା ଶତପଥୀ, ସାଗରିକା ପାତ୍ର , ରଶ୍ମିତା ନାହାକ,ଶୁଭସ୍ମିତା ସାହୁ ‌ଯୋଗ ଦେଇ ଶ୍ରୀରଥ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଯେତିକି ପ୍ରେରଣା ଓଉତ୍ସାହ ଦେଉଥିଲେ ସମପରିମାଣର କନିଷ୍ଠ ଶିକ୍ଷକ ଓଶିକ୍ଷୟତ୍ରୀଙ୍କୁ ଉତ୍ତମ ମାର୍ଗଦର୍ଶନ ଦେଇ ଆସୁଥିଲେ ବୋଲି କହିଥିଲେ।  ଛାତ୍ରଛାତ୍ରୀଙ୍କର ସଫଳତା ଏବଂ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସ୍କୁଲର ନାଁକୁ ସବୁ ବେଳେ ଗୌରାବାନ୍ବିତ କରିବାକୁ ଆଶାପ୍ରକଟ କରିଥିଲେ ପ୍ରଭାତ କୁମାର ରଥ। ବିଦ୍ୟାଳୟ ପକ୍ଷରୁ ଶ୍ରୀରଥଙ୍କ ପୁଷ୍ପଗୁଚ୍ଛ, ଉପଢ଼ୈକନ,  ମାନପତ୍ର ଦେଇ ସମ୍ବର୍ଦ୍ଧିତ କରଯାଇଥିଲା। କିଛି ସମୟ ସମସ୍ତେ ଭାବବିହ୍ବଳ ହୋଇ ପଡ଼ିଥିଲେ। ଏହି କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ସୁବର୍ଣ୍ଣ କୁମାରୀ ଖିଲ ପରିଚାଳନା କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ପପିତା ପ୍ରଧାନ  ଧନ୍ୟବାଦ ଦେଇଥିଲେ।

 

ସମ୍ବନ୍ଧିତ ଖବର