ରଥଯାତ୍ରାରେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଦାୟିତ୍ୱ: ଟ୍ରାଫିକ୍‌ ନିୟନ୍ତ୍ରଣ ଦାୟିତ୍ୱରେ ରହିବେ ଅମିତାଭ ଠାକୁର

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ୨୦୧୯କୁ ଶୃଙ୍ଖଳାର ସହିତ ସଂପନ୍ନ କରିବା ପାଇଁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ପୁରୀ ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ ତରଫରୁ ପ୍ରସ୍ତୁତି ଚାଲିଛି। ଏହି ପରିପ୍ରେକ୍ଷୀରେ ରଥଯାତ୍ରା ପାଇଁ ମଙ୍ଗଳବାର ବରିଷ୍ଠ ପୁଲିସ ଅଧିକାରୀଙ୍କୁ ବଣ୍ଟାହୋଇଛି। ଦେବସ୍ନାନ ପୂର୍ଣ୍ଣିମାରୁ ନୀଳାଦ୍ରି ବିଜେ ଯାଏଁ ଏହି ଅଧିକାରୀମାନେ ଦାୟିତ୍ୱ ତୁଲାଇବାକୁ ନିର୍ଦେଶ ହୋଇଛି।

ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟଙ୍କୁ ରେଳ ଓ ଉପକୂଳ ସୁରକ୍ଷା ଦାୟିତ୍ୱ ଦିଆଯାଇଛି। ସଂଜୀବ ପଣ୍ଡାଙ୍କୁ ସାଧାରଣ ପୁଲିସ ବ୍ୟବସ୍ଥାର ଯାଞ୍ଚ ଦାୟିତ୍ୱ ମିଳିଥିବା ବେଳେ ରାଧାକୃଷ୍ଣ ଶର୍ମା ସୁରକ୍ଷା ଓ ସ୍ୱତନ୍ତ୍ର ବ୍ରାଞ୍ଚ ଦାୟିତ୍ୱରେ ରହିବେ।

ସେହିପରି ଆଇଜି ଅମିତାଭ୍‌ ଠାକୁର ଟ୍ରାଫିକ୍‌ ନିୟନ୍ତ୍ରଣ ଦାୟିତ୍ୱରେ ରହିବେ। ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଶ୍ରୀମନ୍ଦିରରେ ପୁଲିସ ତଦାରଖ ଦାୟିତ୍ୱ ମିଳିଥିବା ବେଳେ ସେ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତ ନିଯୋଗ ସହ ସମନ୍ଵୟ ବି ରଖିବେ।

ଆଇଜି ଅସିତ ପାଣିଗ୍ରାହୀଙ୍କୁ ଭିଡ଼ ନିୟନ୍ତ୍ରଣ ଦାୟିତ୍ୱ ଦିଆଯାଇଥିବା ବେଳେ ରଥ ନିକଟରେ ଭିଡ଼ ନିୟନ୍ତ୍ରଣ ଓ କର୍ଡନ ତଦାରଖ କରିବେ ଅରୁଣ ବୋଥ୍ରା। ରଥଯାତ୍ରା ବେଳେ ଆର୍‌.କେ. ସାହୁ ଭିଆଇପି ମାନଙ୍କ ସୁରକ୍ଷା ଦାୟିତ୍ୱ ବୁଝିବେ। ବି.ଏନ୍‌. ଦାସ ପୁଲିସ ଯୋଗାଯୋଗ ଓ ପରିବହନ ବ୍ୟବସ୍ଥା ବୁଝିବେ। ବି.କେ. ନନ୍ଦ ପୁଲିସ ଶିବିର ପରିଚାଳନା ଦାୟିତ୍ୱ ନେବେ। ଏଏସ୍‌ପି କଟକ ଏସ.ପି ପହି କଣ୍ଟ୍ରୋଲ ରୁମ୍‌ ପରିଚାଳନା ଦାୟିତ୍ୱ ତୁଲାଇବେ।

ସମ୍ବନ୍ଧିତ ଖବର