କୃଷି ପାଠ୍ୟକ୍ରମ ଖୋଲିବାକୁ ଅନୁମତି ଦେବ କୃଷି ବିଭାଗ

ଭୁବନେଶ୍ବର : ଏଣିକି ରାଜ୍ୟରେ କୃଷି ସମ୍ପର୍କିତ ସମସ୍ତ ପାଠ୍ୟକ୍ରମ ଖୋଲିବା ଓ ଅନୁଦାନ ସମ୍ବନ୍ଧୀୟ ସମସ୍ତ ପ୍ରସ୍ତାବ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଦ୍ୱାରା ପରିଚାଳିତ ହେବ। ସେହି ଅନୁଯାୟୀ ବେସରକାରୀ ଶିକ୍ଷାନୁଷ୍ଠାନ ଦ୍ବାରା କୃଷି ଓ ସହଯୋଗୀ ବିଷୟଗୁଡ଼ିକରେ ନୂତନ କଲେଜ ଖୋଲିବା ପାଇଁ କୃଷି ବିଭାଗ ଗତ ଫେବ୍ରୁଆରି ୧୮ରେ ନିର୍ଦ୍ଦେଶନାମା ଜାରି କରିଛି। ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ ହୋଇଛି ଯେ କୃଷି ଓ ସହଯୋଗୀ ବିଷୟଗୁଡ଼ିକରେ ନୂତନ କଲେଜ ଖୋଲିବା ପାଇଁ ସେମାନେ କେବଳ ଏନଓସି ପ୍ରଦାନ କରିବେ।

ତେବେ ଏହି ବିଜ୍ଞପ୍ତିରେ ଅନୁଷ୍ଠାନଗୁଡ଼ିକର କୃଷି ପାଠ୍ୟକ୍ରମକୁ ସାମୟିକ/ସ୍ଥାୟୀ ସ୍ୱୀକୃତି ପ୍ରଦାନ ବିଷୟରେ କିଛି କୁହାଯାଇ ନାହିଁ। ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ଦିଆଯାଇ ନ ଥିବାରୁ ବର୍ତମାନ ଥିବା ଘରୋଇ କଲେଜଗୁଡ଼ିକ କୃଷି ବିଭାଗ କିମ୍ବା ଉଚ୍ଚଶିକ୍ଷା ବିଭାଗରୁ କୃଷି ପାଠ୍ୟକ୍ରମ ପାଇଁ ଅସ୍ଥାୟୀ ସ୍ବୀକୃତି(ଟିଆର୍‌) ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତାହାକୁ ଦୃଷ୍ଟିରେ ରଖି ଘରୋଇ କଲେଜଗୁଡିକରେ ଥିବା କୃଷି ଓ ସହଯୋଗୀ ପାଠ୍ୟକ୍ରମକୁ ଟିଆର୍‌ ଅନୁଦାନର ସମସ୍ତ ବିଚାରାଧୀନ ପ୍ରସ୍ତାବକୁ ତୁରନ୍ତ ସମାଧାନ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ବର, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ବର ଓ ଜୟପୁରସ୍ଥିତ ଆଞ୍ଚଳିକ ଶିକ୍ଷା ନିର୍ଦେଶକକୁ କୁହାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା ବୈଧ ରହିବ।

ସମ୍ବନ୍ଧିତ ଖବର