Khabar India
ଯାଜପୁର/ଚଢେଇଧରା : ପରିବେଶ ସୁରକ୍ଷା ସହିତ ବିକାଶକୁ ତ୍ବରାନ୍ବିତ କରିବା ପାଇଁ ବିଶ୍ବବ୍ୟାପୀ ଗୁରୁତ୍ବ ଦିଆଯାଉଛି। ଅଥଚ ପ୍ରାକୃତିକ ସମ୍ପଦରେ ଭରପୂର ଯାଜପୁର ଜିଲ୍ଲାରେ ବିକାଶ ନାମରେ ପରିବେଶ ଧ୍ବଂସ ଚାଲିଛି।
ବଣଜଙ୍ଗଲ, ପାହାଡ଼ପର୍ବତ, ନଦୀନାଳରୁ ଲଘୁ ଖଣିଜ ସମ୍ପଦ ବାଲି, ଗୋଡ଼ି, ମାଟି ଓ ପଥର ଅନିୟନ୍ତ୍ରିତ ଭାବେ ଖନନ ହୋଇ ଚୋରାଚାଲାଣ ହେଉଛି। ବାଲି ମାଫିଆଙ୍କ ପାଇଁ ନଦୀରେ ସୃଷ୍ଟି ହୋଇଥିବା ଗଣ୍ଡ ଓ ପଥର ବେପାରୀଙ୍କ ପାଇଁ ପାହାଡ଼ ଓ ପାଦଦେଶରେ ସୃଷ୍ଟି କରିଥିବା ବିରାଟ ବିରାଟ ଗହ୍ବରରେ ବନ୍ୟଜନ୍ତୁ ସହିତ ଗୃହପାଳିତ ପ୍ରାଣୀ ଓ ମଣିଷ ପଡ଼ି ମୃ୍ତ୍ୟୁବରଣ କରିଚାଲିଛନ୍ତି। ଜିଲ୍ଲାରେ ସୃଷ୍ଟି ହୋଇଥିବା ଶହଶହ ମୃତ୍ୟୁଯନ୍ତାକୁ ପୋତିବ କିଏ? ଜିଲ୍ଲାର ଧ୍ବଂସ ପାଉଥିବା ପରିବେଶକୁ ସୁରକ୍ଷିତ ରଖାଯିବ କିପରି? କୋଟିପତି ଲିଜ୍ଧାରୀଙ୍କ ନିୟନ୍ତ୍ରଣରେ ଜିଲ୍ଲାର ପ୍ରାକୃତିକ ପ୍ରାଚୁର୍ଯ୍ୟ ଓ ପରିବେଶ ବନ୍ଧାପଡ଼ିଛି। ଏପରିକି ପରିବେଶ ଆଇନ ମଧ୍ୟ ଲିଜ୍ଧାରୀଙ୍କ ନିର୍ଦ୍ଦେଶରେ ସିଆରେ ପରିବର୍ତ୍ତନ ହୋଇଯାଉଛି। ଯାହାକି ଆରୁହା ପାହାଡ଼ରେ ମନୋଜ ସାମଲଙ୍କୁ ଲିଜ୍ ଦେବାରେ ସିଆ (ରାଜ୍ୟ ପରିବେଶ ପ୍ରଭାବ ଆକଳନ କର୍ତ୍ତୃପକ୍ଷ)ର କେଳେଙ୍କାରୀ ପଦାରେ ପଡିଯାଇଛି।
freedoniafocusreports.comଆରୁହା ପାହାଡ଼ର ୩ଟି ଖାଦାନ ପାଇଁ ୪୨ହଜାର ଲେଖାଏଁ ଘନମିଟର ଖନନ ପାଇଁ ଧର୍ମଶାଳା ତହସିଲ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଶ୍ରୀ ସାମଲ ଖଣି ଓ ପରିବେଶ ବିଭାଗର ସିଆକୁ ପ୍ରଭାବିତ କରି ବର୍ଷକୁ ୪୨ହଜାର ଘନମିଟର ପରିବର୍ତ୍ତେ ମାତ୍ର ୧୪ହଜାର ଘନମିଟର ଖନନ ପାଇଁ ଅନୁମତି ଆଣିଥିଲେ। ଏହି ବାବଦରେ କୋଟି କୋଟି ଟଙ୍କା ସରକାର ରାଜସ୍ବ ହରାଇଲେ। ଗତ ଜୁନ୍ରେ ଏହି ଚୁକ୍ତି ହୋଇଥିବାବେଳେ ବର୍ଷେ ପୂରଣ ନହେଉଣୁ ଶ୍ରୀ ସାମଲ ଅନୁମତିଠାରୁ ୧ଲକ୍ଷ ୩୯ହଜାର ଘନମିଟର ଅଧିକ କଳାପଥର ଖୋଳି ଚାଲାଣ କରିଛନ୍ତି ବୋଲି ତହସିଲର ମାପଚୁପରୁ ଏବେ ଧରାପଡ଼ିଛି। ଯାହାକି ତାଙ୍କର ଚୁକ୍ତିର ୫ବର୍ଷ ଧାର୍ଯ୍ୟର ୨ଗୁଣ ହୋଇଯାଇଛି। ଶ୍ରୀ ସାମଲ କେବଳ ପରିବେଶ ଓ ଖଣି ବିଭାଗ ଆଇନକୁ ଉଲ୍ଲଂଘନ କରିନାହାନ୍ତି। ମାପଚୁପ ହୋଇଥିବା ସମସ୍ତ ଲିଜ୍ଧାରୀ ପରିବେଶ ଓ ଖଣି ଆଇନ୍ ଖୋଲା ଉଲ୍ଲଂଘନ କରି ନିଜ ଚୁକ୍ତିକୁ ଅବଜ୍ଞା କରି ପରିବେଶକୁ ଧ୍ବଂସ କରିଛନ୍ତି। ତେବେ ସିଆ ଓ ଖଣି ବିଭାଗ ଅନୁମତି ପ୍ରହସନରେ ପରିଣତ ହୋଇଛି। ସିଆଠାରୁ ଅନୁମତି ମିଳିନଥିବାରୁ ବର୍ଷ ବର୍ଷ ଧରି ଅନେକ ଖାଦାନ ପାଇଁ ତହସିଲ ଚୁକ୍ତି ନକରି ପକାଇ ରଖିବା ଫଳରେ ମାଫିଆରାଜ ସୃଷ୍ଟି ହୋଇଛି।
ଏହାଉପରେ ଏବେ ଉଚ୍ଚସ୍ତରୀୟ ସମୀକ୍ଷା କରି କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲର ଦାବି ହେଉଛି।
Follow Us