ଉଚ୍ଚଶିକ୍ଷା ବିଭାଗ ହଟାଇଲା ନାମଲେଖା କଟକଣା

ଭୁବନେଶ୍ବର : ଆବଶ୍ୟକ ଭିତ୍ତିଭୂମି ନ ଥିବାରୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ୨୦ରୁ ଅଧିକ ବେସରକାରୀ ମହାବିଦ୍ୟାଳୟ/ଶିକ୍ଷାନୁଷ୍ଠାନରେ ନାମଲେଖା ଉପରେ କଟକଣା ଲଗା ଯାଇଥିଲା। ୨୦୨୨-୨୩ ଶିକ୍ଷାବର୍ଷରେ ସେମାନେ ଛାତ୍ରଛାତ୍ରୀଙ୍କ ନାମ ଲେଖାଇପାରିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଥିଲା। ମାତ୍ର ବିଭାଗର ଉଚ୍ଚଶିକ୍ଷା‌ ବିଭାଗର ଉଚ୍ଚକ୍ଷମତା ସମ୍ପନ୍ନ କମିଟି ରିପୋର୍ଟ ଆଧାରରେ କୋଭିଡ୍‌-୧୯ ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ଆର୍ଥିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ନାମଲେଖା ଉପରେ ଜାରି ହୋଇଥିବା କଟକଣାକୁ ହଟାଇ ଦିଆଯାଇଛି। ଫଳରେ ‌ଯେଉଁ ବେସରକାରୀ ମହାବିଦ୍ୟାଳୟ/ଶିକ୍ଷାନୁଷ୍ଠାନଗୁଡ଼ିକ ଉପରେ କଟକଣା ଲାଗିଥିଲା, ସେମାନେ ଚଳିତ ଶିକ୍ଷାବର୍ଷରେ ନାମଲେଖା ପାଇଁ ଆବେଦନପତ୍ର ଗ୍ରହଣ କରିପାରିବେ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ଆଞ୍ଚଳିକ ନିର୍ଦ୍ଦେଶକମାନଙ୍କୁ ଚିଠି ଲେଖାଯାଇଛି।

ସମ୍ବନ୍ଧିତ ଖବର