ଭୁବନେଶ୍ୱର : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଆସନ୍ତା ୬ ତାରିଖ ଯାଏ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାର୍ଯ୍ୟାଳୟ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଏ ନେଇ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ଜାରି କରାଯାଇ କୁହାଯାଇଛି ଯେ ବିଭାଗ କାର୍ଯ୍ୟାଳୟ ଥିବା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ମହଲାରେ କରୋନା ସଂକ୍ରମଣ ବଢ଼ୁଛି। ତେଣୁ କୋଭିଡ୍‌-୧୯ ସଂକ୍ରମଣ ରୋକିବା ପାଇଁ ମହଲାଗୁଡ଼ିକୁ ବିଶୋଧନ କରିବାକୁ ହେବ। ତାହାକୁ ଦୃଷ୍ଟିରେ ରଖି ଆଜି ମଧ୍ୟାହ୍ନ ୧୨ଟାଠାରୁ ଆସନ୍ତା ୬ ତାରିଖ ମଧ୍ୟରାତି ପର୍ଯ୍ୟନ୍ତ ବିଭାଗ ବନ୍ଦ ରହିବ।