ଭୁବନେଶ୍ବର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମେତ ଏହା ଅଧୀନ ବିଭିନ୍ନ ନିର୍ଦ୍ଦେଶାଳୟର ନୋଡାଲ୍ ଓ ବରିଷ୍ଠ ଅଧିକାରୀମାନେ ଆସନ୍ତା ୨୪ ତାରିଖ ତଥା ରବିବାର ବିଭିନ୍ନ ସରକାରୀ ସ୍କୁଲ ଗସ୍ତ କରିବେ। ଗସ୍ତ ସମୟରେ ସେମାନେ ସ୍କୁଲ ଶିକ୍ଷକମାନଙ୍କ କାର୍ଯ୍ୟକଳାପ ଅନୁଧ୍ୟାନ କରିବେ। ଏଥିସହ ଛାତ୍ରଛାତ୍ରୀଙ୍କ ସୁବିଧା ଅସୁବିଧା କଥା ବୁଝିବେ। ହଷ୍ଟେଲକୁ ଗସ୍ତ କରି ସେଠାରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ। ସୂଚନାଯୋଗ୍ୟ ଯେ ଗଣଶିକ୍ଷା ବିଭାଗ ଅଧିକାରୀମାନଙ୍କୁ ପୂର୍ବରୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ଦିଆଯାଇଥିଲା। ୩୦ଟି ଜିଲ୍ଲା ଲାଗି ୩୦ଜଣ ଅଧିକାରୀଙ୍କୁ ଦାୟିତ୍ବ ବଣ୍ଟନ ହୋଇଥିଲା।
ରବିବାର ସ୍କୁଲ ବୁଲିବେ ଗଣଶିକ୍ଷା ବିଭାଗ ଅଧିକାରୀ
/sambad/media/post_attachments/wp-content/uploads/2020/12/schools-715x402-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)