ଭୁବନେଶ୍ବର : ରାଜ୍ୟରେ ବିଜେଡି ସରକାର ଆସିବା ପରେ ଜନଜାତିଙ୍କୁ ଅଧିକ ଜମି ଦିଆଯାଇଛି। ଯାହା ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ। ସ୍କୁଲ, କଲେଜକୁ ଜମି ପଟ୍ଟା ଆବଣ୍ଟନରେ ଓଡ଼ିଶା ପ୍ରଥମ। ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଦିଆଯାଉଛି। ‌ହେଲେ ଏଥିପାଇଁ ପଡ଼ା ଗ୍ରାମରେ ୨୫୦ଜଣ ଲୋକ ବାସ କରୁଥିବା ଦରକାର, ୫୦୦ମିଟର ଦୂରତା ଥିବା ଦରକାର, ରାଜସ୍ବ ଗ୍ରାମଠାରୁ ପ୍ରାକୃତିକ ଭାବେ ବିଭକ୍ତ ହୋଇଥିବା ଦରକାର। ଏହି ସବୁ ଦିଗକୁ ବିଚାର କରି ରାଜ୍ୟ ସରକାର ପଡ଼ାଗ୍ରାମଗୁଡ଼ିକୁ ରାଜସ୍ବ ଗ୍ରାମର ମାନ୍ୟତା ଦେଉଛନ୍ତି ବୋଲି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି।

Advertisment

ଆଜି ରାଜସ୍ବ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନାବେଳେ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ, ସରକାରୀ ଜମିର ସୁରକ୍ଷା ହେଉଛି ବିଭାଗର ପ୍ରାଥମିକତା। ଏଥିପାଇଁ ଚଳିତବର୍ଷ ବଜେଟ୍‌ରେ ୨୦କୋଟି ଖର୍ଚ୍ଚ ବରାଦ ହୋଇଛି। କେନ୍ଦ୍ରୀୟ ଜନଗଣନା ଚଳିତବର୍ଷ ଆରମ୍ଭ ହେବାକୁ ଥିବାରୁ ଏଥିପାଇଁ ୫୫କୋଟି ବ୍ୟୟବରାଦ ହୋଇଛି। ରାଜସ୍ବ ବିଭାଗର ସମସ୍ତ କାମ ଅନଲାଇନ୍ ପ୍ରକ୍ରିୟାରେ କରିବା ପାଇଁ ବିଭିନ୍ନ ପ୍ରକଳ୍ପ ହେବ। ୨୦୨୩ ସୁଦ୍ଧା ସମ‌ସ୍ତ ତହସିଲରେ ଭର୍ଚୁଆଲ କୋର୍ଟ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।