କଟକ: ରାଜ୍ୟରେ ୧୩ଟି ମେଡିକାଲ କଲେଜ୍ରେ ୯୭୩ଟି ଡାକ୍ତର ପଦ ଖାଲି ପଡିଛି। ସେଥିରୁ ୮୩ଟି ପ୍ରଫେସର, ୧୮୫ ଆସୋସିଏଟ୍ ପ୍ରଫେସର, ୧୪୮ ଆସିଷ୍ଟାଣ୍ଟ ପ୍ରଫେସର, ୬୮ ଟିଉଟର, ୪୨୯ ସିନିୟର ରେସିଡେଣ୍ଟ, ୬୦ ଜୁନିୟର ରେସିଡେଣ୍ଟ ପଦ ଖାଲି ପଡିବା ଘଟଣା ରାଜ୍ୟ ସ୍ବାସ୍ଥ୍ୟ ଶିକ୍ଷା ବ୍ୟବସ୍ଥାର ଶୋଚନୀୟ ସ୍ଥିତିକୁ ଦର୍ଶାଉଛି। ଭୀମସାର ବୁର୍ଲାରେ ସର୍ବାଧିକ ୧୩ ପ୍ରଫେସର ପଦ ଓ ୪୫ ଆସିଷ୍ଟାଣ୍ଟ ପ୍ରଫେସର ପଦ ଖାଲିପଡିଥିବାବେଳେ ଏସ୍ସିବିରେ ସର୍ବାଧିକ ୪୭ଟି ଆସୋସିଏଟ୍ ପ୍ରଫେସର ପଦ ଖାଲି ପଡିଛି। ଅନ୍ୟପଟେ ପାଠ ପଢାଇବା ପାଇଁ ଅଧ୍ୟାପକ (ଟ୍ୟୁଟର) ସର୍ବାଧିକ ୨୫ଟି ଭୀମ୍ସାରରେ ଖାଲିପଡିଥିବା ବେଳେ ଏସ୍ସିବିରେ ସର୍ବାଧିକ ୧୧୨ଜଣ ସିନିୟର ରେସିଡେଣ୍ଟ ପଦ ଖାଲି ପଡିଛି। ପୁରୀ ମେଡିକାଲ କଲେଜରେ ୨୪ଟି ଜୁନିୟର ରେସିଡେଣ୍ଟ ଡାକ୍ତର ପଦ ଖାଲିପଡିଛି।
ଭୀମ୍ସାରରେ ଖାଲି ଅଛି ସର୍ବାଧିକ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ପଦ
ଏସ୍ସିବିରେ ସର୍ବାଧିକ ଆସୋସିଏଟ୍ ପ୍ରଫେସର ଓ ଏସ୍ଆର ପଦ ଖାଲି
ରାଜ୍ୟରେ ୧୩ଟି ମେଡିକାଲ କଲେଜରେ ମୋଟ ୩୨୪୨ ବିଭିନ୍ନ ପଦ ମଧ୍ୟରୁ ପ୍ରଫେସରଙ୍କଠାରୁ ଆରମ୍ଭ କରି ଜୁନିୟର ରେସିଡେଣ୍ଟ ପଦ ପର୍ଯ୍ୟନ୍ତ ୨୨୬୯ ଜଣ କାର୍ଯ୍ୟରତ ରହିଛନ୍ତି। ସରକାରୀ ତଥ୍ୟ ଅନୁସାରେ ଏସ୍ସିବିରେ ୬୪ ପ୍ରଫେସରଙ୍କ ସ୍ଥାନରେ ୫୫ଜଣ ଅଛନ୍ତି। ସେହିପରି ୧୦୭ ଆସୋସିଏଟ୍ ପ୍ରଫେସରଙ୍କ ସ୍ଥାନରେ ୬୦ଜଣ, ୨୩୭ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସ୍ଥାନରେ ୨୨୫ଜଣ ଓ ୧୮୩ ଏସ୍ଆରଙ୍କ ସ୍ଥାନରେ ମାତ୍ର ୭୧ଜଣ ଅଛନ୍ତି। ଏମ୍କେସିଜି ବ୍ରହ୍ମପୁରରେ ୪୦ ପ୍ରଫେସରଙ୍କ ସ୍ଥାନରେ ୩୨ଜଣ ଅଛନ୍ତି। ଆସୋସିଏଟ୍ ପ୍ରଫେସର ୮୧ ସ୍ଥାନରେ ୫୫, ଆସିଷ୍ଟାଣ୍ଟ ପ୍ରଫେସର ୧୬୪ରୁ ୧୪୨ ଥିବା ବେଳେ ୮ଟି ଟ୍ୟୁଟର ପଦ, ୭୨ଟି ଏସ୍ଆର ପଦ ଓ ୮ଟି ଜୁନିୟର ରେସିଡେଣ୍ଟ ପଦ ଖାଲି ପଡିଛି। ଭୀମସାର ବୁର୍ଲାରେ ୪୧ ପ୍ରଫେସରଙ୍କ ସ୍ଥାନରେ ୨୮ ଅଛନ୍ତି। ୭୬ ଆସୋସିଏଟ୍ ପ୍ରଫେସରଙ୍କ ସ୍ଥାନରେ ୬୧ ଅଛନ୍ତି। ୧୪୯ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସ୍ଥାନରେ ୧୦୪ ଅଛନ୍ତି। ୩୭ ଟ୍ୟୁଟରଙ୍କ ସ୍ଥାନରେ ମାତ୍ର ୧୨ଜଣ ଟ୍ୟୁଟର, ଏସ୍ଆର ୮୬ଙ୍କ ସ୍ଥାନରେ ଅଛନ୍ତି ମାତ୍ର ୧୮ ଜଣ। ସେହିଭଳି କୋରାପୁଟ ମେଡିକାଲ କଲେଜରେ ୩ଟି ପ୍ରଫେସର, ୧୦ଟି ଆସୋସିଏଟ୍ ପ୍ରଫେସର, ୬ ଆସିଷ୍ଟାଣ୍ଟ ପ୍ରଫେସର, ୪ ଟ୍ୟୁଟର, ୧୭ ଏସ୍ଆର, ୪ ଜୁନିୟର ରେସିଡେଣ୍ଟ ପଦ ଖାଲି ପଡିଛି। ବାରିପଦା ମେଡିକାଲ କଲେଜରେ ୩ ପ୍ରଫେସର, ୧୦ ଆସୋସିଏଟ୍ ପ୍ରଫେସର, ୮ ଆସିଷ୍ଟାଣ୍ଟ ପ୍ରଫେସର, ୨ ଟ୍ୟୁଟର, ୨୦ ଏସ୍ଆର ପଦ ଖାଲି ପଡିଛି। ବାଲେଶ୍ବର ମେଡିକାଲ କଲେଜରେ ୫ ପ୍ରଫେସର, ୧୦ ଆସୋସିଏଟ୍ ପ୍ରଫେସର, ୩ ଆସିଷ୍ଟାଣ୍ଟ ପ୍ରଫେସର, ୨ ଟ୍ୟୁଟର, ୧୬ ଏସ୍ଆର ପଦ ଖାଲି ପଡିଛି।
ବଲାଙ୍ଗୀର ମେଡିକାଲ କଲେଜରେ ୬ ପ୍ରଫେସର, ୧୧ ଆସୋସିଏଟ୍ ପ୍ରଫେସର, ୩ ଆସିଷ୍ଟାଣ୍ଟ ପ୍ରଫେସର, ୩ ଟ୍ୟୁଟର, ୧୫ ଏସ୍ଆର, ୨ ଜୁନିୟର ରେସିଡେଣ୍ଟ ପଦ ଖାଲି ପଡିଛି। ପୁରୀ ମେଡିକାଲ କଲେଜରେ ୩ ପ୍ରଫେସର, ୧୦ ଆସୋସିଏଟ୍ ପ୍ରଫେସର, ୫ ଆସିଷ୍ଟାଣ୍ଟ ପ୍ରଫେସର, ଟ୍ୟୁଟର ୫, ୧୬ ଏସ୍ଆର, ୨୪ ଜୁନିୟର ରେସିଡେଣ୍ଟ ପଦ ଖାଲି ପଡିଛି। କେନ୍ଦୁଝର ମେଡିକାଲ କଲେଜରେ ୬ ପ୍ରଫେସର, ୧୨ ଆସୋସିଏଟ୍ ପ୍ରଫେସର, ୭ ଆସିଷ୍ଟାଣ୍ଟ ପ୍ରଫେସର, ଜଣେ ଟ୍ୟୁଟର, ୧୮ ଏସ୍ଆର ପଦ ଖାଲି ପଡିଛି। ସୁନ୍ଦରଗଡ ମେଡିକାଲ କଲେଜରେ ୭ ପ୍ରଫେସର, ୯ ଆସୋସିଏଟ୍ ପ୍ରଫେସର, ୮ ଆସିଷ୍ଟାଣ୍ଟ ପ୍ରଫେସର, ୩ ଟ୍ୟୁଟର, ୧୯ ଏସ୍ଆର ପଦ ଖାଲି ପଡିଛି। ଭୁବନେଶ୍ବର ପିଜିଆଇଏମ୍ଇଆରରେ ୭ ପ୍ରଫେସର, ୭ ଆସୋସିଏଟ୍ ପ୍ରଫେସର ଓ ୮ ଆସିଷ୍ଟାଣ୍ଟ ପ୍ରଫେସର, ୧୦ ଟ୍ୟୁଟର, ୧୨ ଏସ୍ଆର, ୨୦ ଜୁନିୟର ରେସିଡେଣ୍ଟ ପଦ ଖାଲି ରହିଛି। କଳାହାଣ୍ଡି ମେଡିକାଲ କଲେଜରେ ୮ ପ୍ରଫେସର, ୭ ଆସୋସିଏଟ୍ ପ୍ରଫେସର, ୯ ଆସିଷ୍ଟାଣ୍ଟ ପ୍ରଫେସର,୧୯ ଏସ୍ଆର ଖାଲି ଥିବା ବେଳେ ଯାଜପୁର ମେଡିକାଲ କଲେଜରେ ୫ ପ୍ରଫେସର, ୧୧ ଆସୋସିଏଟ୍ ପ୍ରଫେସର, ୧୨ ଆସିଷ୍ଟାଣ୍ଟ ପ୍ରଫେସର, ଜଣେ ଟ୍ୟୁଟର, ୨୫ ଏସ୍ଆର ପଦ ଖାଲି ପଡିଛି।