ଆସିପାରେ ବାତ୍ୟା : ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ

ଭୁବନେଶ୍ୱର : ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ଏହା ୧୧ ତାରିଖରେ ଲଘୁଚାପ ରୂପ ନେବ। ୧୪ ତାରିଖ ବେଳକୁ ଏହି ଲଘୁଚାପ ଅବପାତ ରୂପ ନେବ। ଏହି ଲଘୁଚାପ ଅବପାତ ରୂପ ନେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ ସୂଚନା। ତେବେ ବାତ୍ୟାର ରୂପରେଖ ଓ ଗତିବିଧି ନେଇ ସ୍ପଷ୍ଟ ସୂଚନା ମିଳିନାହିଁ।

ଏହା ବାତ୍ୟାର ରୂପ ନେଇ ବାଂଲାଦେଶ ଓ ଆନ୍ଧ୍ରକୁ ମୁହାଁଇବାର ସମ୍ଭାବନା ରହିଛି। ବାଂଲାଦେଶ ଓ ଆନ୍ଧ୍ରକୁ ମୁହାଁଇଲେ ବି ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବ। ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ ପରିଲକ୍ଷିତ ହେବ। ଏହି ସମୟରେ ଓଡ଼ିଶାରେ ବର୍ଷାର ପରିଣାମ ମଧ୍ୟ ବଢ଼ିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର