ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଓ ଶକ୍ତି ବିଭାଗ ଦାୟିତ୍ଵରେ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଲୋକସେବା ଭବନସ୍ଥିତ ନିଜ କାର୍ଯ୍ୟାଳୟରୁ କାର୍ଯ୍ୟାରମ୍ଭ କରିଛନ୍ତି। ଏହି ଅବସରରେ ଉଭୟ ବିଭାଗର ବରିଷ୍ଠ ପଦାଧିକାରୀଙ୍କ ସହିତ ଆଲୋଚନାପୂର୍ବକ କେତେଗୁଡ଼ିଏ ଗୁରୁତ୍ଵପୂର୍ଣ୍ଣ ଫାଇଲ୍ରେ ଦସ୍ତଖତ କରି ମନ୍ତ୍ରଣାଳୟ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ମନ୍ତ୍ରୀମଣ୍ଡଳ ଗଠିତ ହେବା ପରେ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅସ୍ଥାୟୀ ଭାବେ କୃଷି ଭବନରେ ଚାଲୁଥିଲା। ଏଣିକି ବିଭାଗର ସମସ୍ତ କାର୍ଯ୍ୟ ଲୋକସେବା ଭବନ କାର୍ଯ୍ୟାଳୟରୁ ପରିଚାଳିତ ହେବ।
/sambad/media/post_attachments/wp-content/uploads/2024/07/6bdc0bea-df38-41cf-ab7c-d1c7b05518fc-1024x817.jpeg)
ଉଭୟ ବିଭାଗର ସ୍ଵତନ୍ତ୍ର ସଚିବ, ନିର୍ଦ୍ଦେଶକ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ଶ୍ରୀ ସିଂହଦେଓଙ୍କୁ ଅଭିବାଦନ ଜଣାଇଥିଲେ। ମନ୍ତ୍ରୀ ଉଭୟ ବିଭାଗର ଅଧିକାରୀଙ୍କ ସହ ସମ୍ପୃକ୍ତ ବିଭାଗଗୁଡ଼ିକର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ବିଭାଗକୁ ଲୋକାଭିମୁଖୀ କରି ସମସ୍ତ କାର୍ଯ୍ୟ ସମ୍ପାଦନ କରିବା ପାଇଁ ମାନ୍ୟବର ମନ୍ତ୍ରୀ ସେ ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/928c6cb2-6e60-449e-9c61-16f505b250e2.jpeg)