ଜୟପୁର: କେନ୍ଦ୍ରୀୟ ଯକ୍ଷ୍ମା ରୋଗ ଯୁଗ୍ମ ନିର୍ଦ୍ଦେଶକ ଡଃ ରାଜେନ୍ଦ୍ର ପ୍ରସାଦ ଯୋଶୀ ଓ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ରାଷ୍ଟ୍ରୀୟ ପରାମର୍ଶଦାତା ଡି ଧର୍ମା ରାଓ ଲେପ୍ରା ସୋସାଇଟୀ ତଦାରଖ କରିଥିଲେ।  ଏଠାରେ ଥିବା ଅନ୍ତେବାସୀ ରୋଗୀ ନିବାସରେ ପ୍ରଭାବିତ ବ୍ୟକ୍ତି ଓ କର୍ମଚାରୀଙ୍କ ସହିତ ଯୋଗାଇ ଦିଆଯାଉଥିବା ବିଭିନ୍ନ ସେବା ଓ ସୁବିଧା ସଂପର୍କରେ ଆଲୋଚନା କରିଥିଲେ। ଏହ ସହ ଲାବୋରଟୋରୀ,ଜୋତା ବିଭାଗ, ଫିଜିଓଥେରାପି ଇତ୍ୟାଦି ପରିଦର୍ଶନ କରି କରିଥିଲେ।

Advertisment

ଲେପ୍ରା ସୋସାଇଟି ଦ୍ଵାରା ଯକ୍ଷ୍ମା ନିୟନ୍ତ୍ରଣ କ୍ଷେତ୍ରରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧୯୯୬ ମସିହା ଠାରୁ ଆଜି ପର୍ଯ୍ୟନ୍ତ କାମ କରୁଥିବା ତଥ୍ୟ ଗୁଡିକ ଲେପ୍ରା ସୋସାଇଟୀ ପ୍ରକଳ୍ପ ଅଧିକାରୀ ନେତ୍ରାନନ୍ଦ ସାହୁ ଉପସ୍ଥାପନ କରିଥିଲେ। କୁଷ୍ଠ ଓ ଯକ୍ଷ୍ମା ରୋଗର ପରୀକ୍ଷା ପାଇଁ ଏକ ପିସିଆର୍ ଲାବୋରଟୋରୀ ଓ ଅନ୍ତବରୋଗୀ ନିବାସ କିପରି କରାଯାଇ ପାରିବ ସେ ସମ୍ବନ୍ଧରେ ଉପସ୍ଥିତ ଜିଲ୍ଲା ଯକ୍ଷ୍ମା ଓ କୁଷ୍ଠ ଅଧିକାରୀ ଡଃ ମୁକ୍ତିକାନ୍ତ ଖଟୁଆଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲା କୁଷ୍ଠ ପରାମର୍ଶ ଦାତ୍ରୀ ଡଃ ଅମୃତା ରାଉତ, ପରିଦର୍ଶକ ଭାସ୍କର ରାଓ ଓ ଲେପ୍ରା ସୋସାଇଟୀର ପିଟି ଅନିଲ କୁମାର ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।