ଚଟାଣରେ ଖସି ଉପବାଚସ୍ପତି ଆହତ

ଭୁବନେଶ୍ବର : ଚଟାଣରେ ପାଦ ଖସି ଯିବାରୁ ଉପବାଚସ୍ପତି ରଜନୀକାନ୍ତ ସିଂ ଆହତ ହୋଇଛନ୍ତି। ତାଙ୍କ ବାମ ଗୋଡ଼ର ହେୟାରଲାଇନ୍‌ ଫାକ୍ଚର ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ଗୁରୁବାର ଦିନ ପ୍ରାୟ ସାଢ଼େ ୧୦ଟା‌ରେ ଶ୍ରୀ ସିଂ ଲୋୟର ପିଏମ୍‌ଜିସ୍ଥିତ ନୂଆ କ୍ବାର୍ଟର୍‌ ପରିଦର୍ଶନରେ ଆସିଥିଲେ। କ୍ବାର୍ଟର୍‌ ଚାରିପଟ ବୁଲି ଦେଖୁଥିବା ସମୟରେ ହଠାତ୍‌ ତାଙ୍କ ପାଦ ଖସି ଯିବାରୁ ସେ ତଳେ ପଡ଼ି ଯାଇଥିଲେ। ପାଖରେ ଥିବା କର୍ମଚାରୀମାନେ ତାଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଘରକୁ ଅଣାଯାଇଥିଲା।

ସମ୍ବନ୍ଧିତ ଖବର