ଡେରାବିଶରେ ଜିତିଗଲେ ଅସନ୍ତୁଷ୍ଟ ବିଜେଡି ସମର୍ଥିତ ପ୍ରାର୍ଥୀ

କେନ୍ଦ୍ରାପଡ଼ା : ଡେରାବିଶ ବ୍ଲକ୍‌ ପ˚ଚାୟତ ସମିତି ଅଧୢକ୍ଷା ନିର୍ବାଚନକୁ ନେଇ ଶନିବାର ରୋଚକ ପରିସ୍ଥିତି ସୃଷ୍ଟି ହୋଇଛି। ଧର୍ମଗୁଳାରେ ଅସନ୍ତୁଷ୍ଟ ବିଜେଡି ସମର୍ଥିତ ପ୍ରାର୍ଥୀ ପ୍ରଭାତୀ ମଳିକ ବିଜୟୀ ହୋଇଛନ୍ତି।

ବିଧାୟିକା ସାବିତ୍ରୀ ଅଗ୍ରଵାଲ୍‌ଙ୍କ ସମର୍ଥିତ ବିଜେଡି ସମର୍ଥିତ ପ୍ରାର୍ଥୀ କାଉପଡ଼ା ପ˚ଚାୟତ ସମିତି ସଭ୍ୟା ମିଲନପ୍ରଭା ମଳିକଙ୍କ ବିରୋଧରେ ଡେରାବିଶ ବ୍ଲକ୍ ଅଧୢକ୍ଷ ସରୋଜକାନ୍ତ ସାହୁ, ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡ଼ା, ବିଜେଡି ନେତା ଅଜୟ କୁମାର ରାଉତଙ୍କ ନେତୃତ୍ବରେ ଅସନ୍ତୁଷ୍ଟ ବିଜେଡି ଗୋଷ୍ଠୀ ପକ୍ଷରୁ ଛୋଟି ପ˚ଚାୟତର ସମିତି ସଭ୍ୟା ପ୍ରଭାତୀ ମଳିକ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ୨୬ ପ˚ଚାୟତ ବିଶିଷ୍ଟ ଡେରାବିଶ ବ୍ଲକ୍‌ରେ ଉଭୟ ପ୍ରାର୍ଥୀଙ୍କ ସପକ୍ଷରେ ୧୩ ଖଣ୍ତ ଲେଖାଏ ଭୋଟ ପଡ଼ିଥିଲା। ଫଳରେ ଧର୍ମଗୁଳାର ସାହାରା ନିଆଯାଇଥିଲା। ଏଥିରେ ଅସନ୍ତୁଷ୍ଟ ବିଜେଡି ସମର୍ଥିତ ଗୋଷ୍ଠୀର ପ୍ରାର୍ଥୀ ପ୍ରଭାତୀ ମଳିକ ବିଜୟୀ ହୋଇଥିଲେ।

ସମ୍ବନ୍ଧିତ ଖବର