ଡେରାବିଶ: ଯୁବକଙ୍କ ମୁଣ୍ଡକୁ ହାଣି ହତ୍ୟା

କେନ୍ଦ୍ରାପଡ଼ା: ରବିବାର ସକାଳେ ଗୁଲେରହାଟ ଅଞ୍ଚଳର ଚଷାଖଣ୍ଡ ରାସ୍ତା କଡ଼ରେ ଜଣେ ଯୁବକଙ୍କୁ କେହି ମାରି ପକାଇ ଦେଇଥିବାର ଦେଖିବାକୁ ମିଳିଛି।

ଯୁବକଙ୍କ ନାମ ସୁବୋଧ ମହନ୍ତି ଓରଫ୍‌ ବାବାଜି। ତାଙ୍କ ଘର ଡେରାବିଶ ବ୍ଲକ୍‌ ଅନ୍ତର୍ଗତ ବାଲିଆ ପଞ୍ଚାୟତ ଅଧୀନସ୍ଥ ଦେଶପୁର ଗାଁ’ରେ। ଗତ ରାତିରେ ତାଙ୍କୁ କୌଣସି ଦୁର୍ବୃତ୍ତ ହତ୍ୟା କରିଥିବା ଅନୁମାନ କରାଯାଉଛି। ତାଙ୍କ ମୁଣ୍ଡରେ କୌଣସି ତୀକ୍ଷ୍ଣ ଅସ୍ତ୍ରରେ ଛଅ ସାତ ଚୋଟ ମରାଯାଇଛି।
ହତ୍ୟା କରାଯିବା ପରେ ତାଙ୍କ ଶବକୁ ୯ ନମ୍ବର କେନାଲ୍‌ ହୁଡ଼ାରେ ପକାଇ ଦିଆଯାଇଛି। ଘଟଣାସ୍ଥଳରେ ଡେରାବିଶ ପୁଲିସ ଏବଂ ଫୋରେନ୍‌ସିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର