ଡେରାବିଶ ମହୋତ୍ସବ ଗଣପର୍ବରେ ପରିଣତ ହୋଇଛି: ନିରଂଜନ

ଡେରାବିଶ : ବର୍ତ୍ତମାନର ବ୍ୟସ୍ତବହୁଳ କର୍ମମୟ ଜୀବନରେ ଲୋକଙ୍କୁ ଟିକିଏ ଶାନ୍ତି ଓ ଖୁସି ମିଳିବା ସ୍ବପ୍ନ ହୋଇପଡିଛି। ଜଣେ ପଡ଼ୋଶୀ ଅନ୍ୟଜଣଙ୍କୁ ସାହାଯ୍ୟ ସହଯୋଗର ହାତ ବଢାଇବା ପାଇଁ ମଧ୍ୟ ଦ୍ବିଧା ବୋଧ କରୁଛନ୍ତି। ହେଲେ ଗଲା ୮ବର୍ଷ ଧରି ଅଞ୍ଚଳର ଲୋକମାନଙ୍କୁ ଯୋଡ଼ି ପାରିଥିବା ଏବ˚ ସେମାନଙ୍କୁ ଶାନ୍ତି ଓ ଆନନ୍ଦ ଉତ୍ସାହ ଯୋଗାଇ ଆସିଥିବା ଡେରାବିଶ ମହୋତ୍ସବ ଡେରାବିଶବାସୀଙ୍କ ପାଇଁ ଗଣପର୍ବ ପାଲଟିଛି। ଡେରାବିଶ ମହୋତ୍ସବର ତୃତୀୟ ସ˚ଧ୍ୟା ଅବସରରେ ଆୟୋଜିତ ଅଧିବେଶନରେ ଯୋଗଦେଇ ପ୍ରଦେଶ କ˚ଗ୍ରେସ କମିଟି (ପିସିସି) ସଭାପତି ତଥା ପ୍ରାକ୍ତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି।

ଆୟୋଜକ ସ˚ଗଠନର ବରିଷ୍ଠ ସଦସ୍ୟ ତଥା ସମାଜସେବୀ ସଚ୍ଚିଦାନନ୍ଦ ରଥଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ବର ବେହେରା ଓ ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ତଥା ବାଗ୍ମୀ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏବ˚ ପୂର୍ବତନ ବିଧାୟକ ଚିନ୍ମୟ ବେହୁରା ଯୋଗଦେଇ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ଜାତୀୟସ୍ତରର ଟାଇକୋଣ୍ଡୋ ରେଫରୀ ଆଶୁତୋଷ ଦାସଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ସ˚ଗଠନ ସଦସ୍ୟ ଅଧ୍ୟାପକ ପ୍ରଭାକର ସାମଲଙ୍କ ସ˚ଯୋଜନାରେ ଅନୁଷ୍ଠିତ ସଭାରେ ଚାଟରାଚକଡା ସରପଞ୍ଚ ତଥା ଆୟୋଜକ ସ˚ଗଠନ ସଦସ୍ୟ ପୂର୍ଣ୍ଣାନନ୍ଦ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷାବିତ ତଥା ବରିଷ୍ଠ ସଦସ୍ୟ ଗୌରାଙ୍ଗ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ, ସ˚ଗଠନ ସଦସ୍ୟ ଅତୁଲ କୁମାର ରଥ ଓ ‌ସୌଦାଗର ବେହେରାଙ୍କ ସ˚ଯୋଜନାରେ ସା˚ସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

ସମ୍ବନ୍ଧିତ ଖବର