ଡେରାବିଶ ନଳକୂପ ଦୁର୍ନୀତି : ଯନ୍ତ୍ରୀ, ସରପଞ୍ଚ ଫେରାର‌୍‌

କେନ୍ଦ୍ରାପଡ଼ା : ଡେରାବିଶ ବ୍ଲକ୍‌ ନହଙ୍ଗ ପ˚ଚାୟତ ନଳକୂପ ଦୁର୍ନୀତି ଘଟଣାକୁ ନେଇ ମାମଲା ରୁଜୁ ପରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ(ଆରଡବ୍ଲୁଏସ୍‌ଏସ୍‌)ର କନିଷ୍ଠ ଯନ୍ତ୍ରୀ ସରୋଜ ମହାପାତ୍ର ଓ ସରପ˚ଚ ଉମାକାନ୍ତ ନାୟକ ଫେରାର‌୍‌ ହୋଇଯାଇଛନ୍ତି। ସେମାନଙ୍କର ପତ୍ତା ମିଳୁନାହିଁ।

ସୂଚନା ଅନୁଯାୟୀ, ନହଙ୍ଗ ପ˚ଚାୟତର ସରପ˚ଚଙ୍କ ବାଡ଼ିରେ ନଳକୂପ ବସାଯାଇଥିବା ପ୍ରମାଣ ମିଳିବା ପରେ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଆରଡବ୍ଲୁଏସ୍‌ଏସ୍‌ ନିର୍ବାହୀ ଯନ୍ତ୍ରୀ ଦିଲ୍ଲୀପ ଦେହୁରୀ ଉଭୟ ଯନ୍ତ୍ରୀ ଓ ସରପ˚ଚଙ୍କ ନାଁରେ ସୋମବାର ଦିନ ଯଥାକ୍ରମେ ଡେରାବିଶ ଓ ନିକିରେଇ ଥାନାରେ ଏତଲା ଦେଇଥିଲେ। କିନ୍ତୁ ନହଙ୍ଗ ପ˚ଚାୟତ ନିକିରେଇ ଥାନା ଅଧୀନରେ ଯାଉଥିବାରୁ ଡେରାବିଶ ପୁଲିସ ଯନ୍ତ୍ରୀଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ସେଠାରେ ଦାୟର କରିବା ପାଇଁ କହିଥିଲେ। ତଦନୁଯାୟୀ ନିର୍ବାହୀ ଯନ୍ତ୍ରୀ ନିକିରେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା (କେସ୍‌ ନ˚ ୧୧୨/୧୯, ଦଫା ୪୨୦, ଆଇପିସି ୩୪) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି କ୍ରମରେ ଗତକାଲି ରାତିରେ ଏସ୍‌ଆଇ ଏସ୍‌. ମହାଳିକ ଅନ୍ୟ ପୁଲିସ କର୍ମଚାରୀଙ୍କ ସହିତ ସରପ˚ଚଙ୍କ ଘରକୁ ଯାଇଥିଲେ। କିନ୍ତୁ ସରପ˚ଚ ଘରେ ନ ଥିବାରୁ ପୁଲିସ ଫେରି ଆସିଥିଲା। ଅନୁରୂପ ଭାବେ ଆଜି ଡେରାବିଶ ଅଫିସ୍‌ ଆସିନାହାନ୍ତି ଯନ୍ତ୍ରୀ ଶ୍ରୀ ମହାପାତ୍ର।

ବିଡିଓ ଗୋପବ˚ଧୁ ଭୋସାଗର କହିଛନ୍ତି ଯେ ଯନ୍ତ୍ରୀ ଗତକାଲିଠାରୁ ଅଫିସ୍‌ ଆସିନାହାନ୍ତି। ଛୁଟି ପାଇଁ ଦରଖାସ୍ତ ବି ସେ ପାଇ ନାହାନ୍ତି। ଆଜି ଏକ କାମରେ ଜଣେ କର୍ମଚାରୀ ତାଙ୍କୁ ଫୋନ୍‌ କରିଥିଲେ। କିନ୍ତୁ ତାଙ୍କ ମୋବାଇଲ୍‌ ସୁଇଚ ଅଫ୍‌ ଥିବାରୁ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା ବୋଲି ବିଡିଓ କହିଛନ୍ତି।

ସମ୍ବନ୍ଧିତ ଖବର