ଡେରାବିଶ ନଳକୂପ ଦୁର୍ନୀତିରେ କାର୍ଯ୍ୟାନୁଷ୍ଠାନ: ଯନ୍ତ୍ରୀ, ସରପଞ୍ଚଙ୍କ ନାଁରେ ଏତଲା

କେନ୍ଦ୍ରାପଡ଼ା/ଡେରାବିଶ : ଡେରାବିଶ ବ୍ଲକ୍‌ ନହଙ୍ଗ ପଞ୍ଚାୟତର ସରପଞ୍ଚ ଉମାକାନ୍ତ ନାୟକଙ୍କ ବାଡ଼ିରେ ସରକାରୀ ନଳକୂପ ବସାଇବା ମହଙ୍ଗା ପଡ଼ିଲା। ଏ ନେଇ ଲଗାତର ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଆଜି ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହୋଇଛି। ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶ କ୍ରମେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ(ଆରଡବ୍ଲୁଏସ୍‌ଏସ୍‌) ନିର୍ବାହୀ ଯନ୍ତ୍ରୀ ଦିଲୀପ ଦେହୁରୀ ନିୟମ ଉଲ୍ଲ˚ଘନ କରିଥିବା ଅଭିଯୋଗରେ କନିଷ୍ଠ ଯନ୍ତ୍ରୀ ସରୋଜ ମହାପାତ୍ର ଓ ସରପଞ୍ଚ ଶ୍ରୀ ନାୟକଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ଏହା ସହିତ ଘରୋଇ ଜମିରେ ସରକାରୀ ପ୍ରକଳ୍ପ କାର୍ଯ୍ୟକ୍ଷମ କରି ନିୟମ ଉଲ୍ଲ˚ଘନ କରିଥିବା କାରଣରୁ ଯନ୍ତ୍ରୀ ଶ୍ରୀ ମହାପାତ୍ରଙ୍କୁ ଚାକିରିରୁ ନିଲମ୍ବନ ପାଇଁ ସୁପାରିସ କରାଯିବ ବୋଲି ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦେହୁରୀ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ସବୁ ନୀତି ନିୟମ ଏବ˚ ସମୂହ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ଆରଡବ୍ଲୁଏସ୍‌ଏସ୍‌ ‘ବସୁଧା’ ଯୋଜନାରେ ନହଙ୍ଗ ପଞ୍ଚାୟତର ସରପଞ୍ଚଙ୍କ ବାଡ଼ିରେ ସରକାରୀ ନଳକୂପ ବସାଇଥିଲେ। ଏ ସ˚କ୍ରାନ୍ତରେ ବିସ୍ତୃତ ତଥ୍ୟ ସହିତ ‘ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦେଶ ଦେଇଥିଲେ। ଆଜି ଆରଡବ୍ଲୁଏସ୍‌ଏସ୍‌ ନିର୍ବାହୀ ଯନ୍ତ୍ରୀ ଦିଲୀପ ଦେହୁରୀ, ଏସ୍‌ଡିଓ ବିଜୟ କର, କନିଷ୍ଠ ଯନ୍ତ୍ରୀ ସରୋଜ ମହାପାତ୍ର ଡେରାବିଶ ବ୍ଲକ୍‌ ନହଙ୍ଗ ପଞ୍ଚାୟତକୁ ଯାଇ ଘଟଣାର ଖୋଳତାଡ଼ କରିଥିଲେ। ତେବେ ଘରୋଇ ଜମିରେ ହିଁ ସରକାରୀ ନଳକୂପ ବସିଥିବା ସ୍ପଷ୍ଟ ହେବା ପରେ ଏ ସ˚କ୍ରାନ୍ତରେ ନିର୍ବାହୀ ଯନ୍ତ୍ରୀ ଜିଲ୍ଲାପାଳଙ୍କୁ ଜଣାଇଥିଲେ। ଜିଲ୍ଲାପାଳ ଉଭୟ ଯନ୍ତ୍ରୀ ଓ ସରପଞ୍ଚଙ୍କ ବିରୋଧରେ ଥାନାରେ ଏତଲା ଦେବା ପାଇଁ ନିର୍ଦେଶ ଦେଇଥିଲେ। ତଦନୁଯାୟୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦେହୁରୀ ଜମି ଚିହ୍ନଟରେ ଭୁଲ୍‌ ଏବ˚ ଘରୋଇ ଜମିରେ ସରକାରୀ ପ୍ରକଳ୍ପ କାର୍ଯ୍ୟକ୍ଷମ ବେଆଇନ ଦର୍ଶାଇ ଯନ୍ତ୍ରୀ ଶ୍ରୀ ମହାପାତ୍ରଙ୍କ ବିରୋଧରେ ଡେରାବିଶ ଥାନାରେ ଏତଲା ଦେଇଛନ୍ତି। ଯନ୍ତ୍ରୀ ଶ୍ରୀ ମହାପାତ୍ର ସରକାରୀ ନିୟମ ଉଲ୍ଲ˚ଘନ କରିଥିବା କାରଣରୁ ତାଙ୍କୁ ଚାକିରିରୁ ନିଲମ୍ବନ ପାଇଁ ଅଧୀକ୍ଷଣ ଯନ୍ତ୍ରୀଙ୍କ ନିକଟକୁ ଖୁବ୍‌ଶୀଘ୍ର ସୁପାରିସ କରାଯିବ ବୋଲି ଶ୍ରୀ ଦେହୁରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର