କେନ୍ଦୁଝର: ଘଟଗାଁ ବ୍ଲକ ପିପିଳିଆଠାରେ ଚାଲିଥିବା ଦେଶକରମ ପରବ ପାଇଁ ଆଜିଥିଲା ଦୁଃଖର ଦିନ। ଦେଶକରମ ପରବର ପଞ୍ଚମ ଦିନ ଜାୱାବେଢା ପରେ ପରେ ଜଣେ ସକ୍ରିୟ ସଦସ୍ଯ ଖଗେଶ୍ବର ମହାନ୍ତଙ୍କ ଅକାଳ ବିୟୋଗ ଖବର ଆସିବାରୁ ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥଗିତ ରଖି ତାଙ୍କର ଆତ୍ମାର ସଦ୍ଗତି ନିମନ୍ତେ ଈଶ୍ବରଙ୍କଠାରେ ପ୍ରାର୍ଥନା କରାଯାଇଥିଲା। ଆସନ୍ତାକାଲିର କାର୍ଯ୍ୟକ୍ରମ ପୂର୍ବ ନିର୍ଦ୍ଧାରିତ କାର୍ଯ୍ଯସୂଚୀ ଅନୁଯାୟୀ ଚାଲିବ ବୋଲି ସୂଚନା ମିଳିଛି।
ପ୍ରକାଶଯୋଗ୍ଯ ଯେ ଗତ ୩୦ ତାରିଖରୁ ଆରମ୍ଭ ହୋଇଥିବା ଦେଶକରମ ପରବ ଅବସରରେ ପାରମ୍ପରିକ ପୂଜାର୍ଚ୍ଚନା ସହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି। ବିଶେଷକରି ପାରମ୍ପରିକ ଝୁମର ଗୀତନାଚ ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ ଜମୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/5d456dg4j654gj65gj.jpg)