ହୋମ୍‌ ଡେଲିଭରି ହେବ ଦେଶୀ ମଦ ଓ ମହୁଲି

ଭୁବନେଶ୍ବର : ଏଣିକି ଦେଶୀ ମଦ ଓ ମହୁଲିର ହୋମ୍‌ ଡେଲିଭରି ହେବ। ଆଜି ଅବକାରୀ ବିଭାଗ ଏ ନେଇ ନିର୍ଦ୍ଦେଶନାମା ଜାରି କରିଛି। କୋଭିଡ୍‌ ମହାମାରୀ ପାଇଁ ସାମାଜିକ ଦୂରତା ରକ୍ଷା ଦୃଷ୍ଟିରୁ ମଦ ଦୋକାନ ଖାଲାଯାଉନି। ଆଦିବାସୀ ବହୁଳ ଅଞ୍ଚଳରେ ମହୁଲ ମଦ ଓ ଉପକୂଳ ଜିଲ୍ଲାରେ ଥିବା ଦେଶୀ ମଦ ବିକ୍ରି ପାଇଁ ସରକାର ଏହି ବ୍ୟବସ୍ଥା ଗ୍ରହଣ କରିଛନ୍ତି।

Man’s World India

ନିର୍ଦ୍ଦେଶନାମା ଅନୁଯାୟୀ, ପ୍ରତି ମଦ ବୋତଲ ପିଛା ୧୦ ଟଙ୍କା ହୋମ୍‌ ଡେଲିଭରି ଫି ଆଦାୟ କରାଯିବ। ଗୋଟିଏ ଅର୍ଡର ପାଇଁ ଏହି ହୋମ୍‌ ଡେଲିଭରି ଫି କୌଣସି ମତେ ୫୦ ଟଙ୍କାରୁ ଅଧିକ ହେବନି। ଖାଉଟିଙ୍କ ସୂଚନା ପାଇଁ ମଦ ବ୍ୟବସାୟୀ ଫୋନ୍‌ ନମ୍ବର, ମୋବାଇଲ ଓ ହ୍ବାଟ୍‌ସ୍‌ ଆପ୍‌ ନମ୍ବର ଅର୍ଡର୍‌ ସ୍ଲିପ୍‌ରେ ଛାପିବେ। ତେବେ ଏହି ହୋମ୍‌ ଡେଲିଭରି ବ୍ୟବସ୍ଥା ସ୍ଥାନୀୟ ଅଞ୍ଚଳରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ନିୟମକୁ ପାଳନ କରି କରାଯିବ ବୋଲି ଅବକାରୀ ବିଭାଗ ଦର୍ଶାଇଛି।

ସମ୍ବନ୍ଧିତ ଖବର