ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଂଗପୁର ଉପଖଣ୍ଡ ଅନ୍ତର୍ଗତ ବାମନଘାଟି ଅଞ୍ଚଳରେ ପୁଣିଥରେ ମାରାତ୍ମକ ଚର୍ମଗଣ୍ଡି ସଂକ୍ରମିତ ରୋଗ ଦେଖାଦେଇଛି। ଗତବର୍ଷ ଏହି ରୋଗ ଯୋଗୁଁ ବହୁ ସଂଖ୍ୟାରେ ଗୋସଂପଦ ନଷ୍ଟ ହୋଇଯାଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାର ଏଥିପାଇଁ ବ୍ୟାପକ ପ୍ରତିଷେଧକ ବ୍ୟବସ୍ଥା କରିବା ସହ ସାପ୍ତାହିକ ଗୋରୁହାଟ ଏବଂ ଗୋଚାଲାଣ ଉପରେ ରୋକ ଲଗାଇଥିଲେ।
ସୂଚନାଯୋଗ୍ୟ ଯେ ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ ଅନ୍ତର୍ଗତ ହଳଦା ପଞ୍ଚାୟତର ବଡବାଇକଳା ଗ୍ରାମର ବିଶିଷ୍ଟ ଗୋପାଳକ ଶିବ ପ୍ରସାଦ ମହାନ୍ତଙ୍କ ଘରେ ଥିବା ବଳଦ ଚର୍ମଗଣ୍ଡି ( ଲମ୍ପି ସ୍କ୍ରିନ ଡିଜିଜ) ରୋଗରେ ସଂକ୍ରମିତ ହୋଇଛନ୍ତି। ଏହାକୁ ରାଇରଙ୍ଗପୁର ବ୍ଳକ ପ୍ରାଣୀ ଚିକିତ୍ସକ ଜାଣି ମଧ୍ୟ ତାଙ୍କ ଘରକୁ ଯାଇ ନ ଥିଲେ। ଖବର ପାଇ ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡଃ ରାମମୋହନ ରାୟ ତୁରନ୍ତ ଶିବ ପ୍ରସାଦ ମହାନ୍ତଙ୍କ ଘରେ ପହଞ୍ଚି ସଂକ୍ରମିତ ଗୋରୁର ଆଶୁ ଚିକିତ୍ସା କରିଥିଲେ। ଆବଶ୍ୟକୀୟ ଔଷଧ ଓ ଇଞ୍ଜେକସନ ଦେବା ସହ ସତର୍କ ହେବା ପାଇଁ କହିଥିଲେ। ତତ୍ ସହ ସଂକ୍ରମିତ ଗୋରୁର ଵ୍ଳଡ, ସିରମ ଏବଂ ସ୍କ୍ରାମ୍ପିଂ ଆଣି ତାକୁ ପରୀକ୍ଷାଗାରକୁ ପଠାଇଛନ୍ତି। ରାଇରଙ୍ଗପୁରରେ ଚର୍ମଗଣ୍ଡି ସଂକ୍ରମିତ ରୋଗ ନେଇ ଉପରିସ୍ଥ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ତଦସହ ରାଇରଙ୍ଗପୁର ଉପଖଣ୍ଡର ସମସ୍ତ ପ୍ରାଣୀ ଚିକିତ୍ସାଧିକାରୀ, ଲାଇଭ ଇନ୍ସପେକ୍ଟର, ପଶୁମିତ୍ରଙ୍କୁ ବିଭିନ୍ନ ଅଂଚଳରେ ଗୋରୁଗାଈ ଏବଂ ଚାଷୀଙ୍କ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାରାତ୍ମକ ରୋଗ ଯେଭଳି ଆଗକୁ ବ୍ୟାପି ନ ଯାଏ ସେଥିପ୍ରତି ସତର୍କ ହେବା ପାଇଁ କହିଛନ୍ତି। ତେବେ ଆସନ୍ତା ସୋମବାର ଦିନ ଉପଖଣ୍ଡ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଏକ ଚର୍ମଗଣ୍ଡି ରୋଗ ସଂକ୍ରାନ୍ତିୟ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/IMG-20230819-WA0352.jpg)