କର୍ଡନ ଭିତରେ ପଡ଼ି କୃଷିମନ୍ତ୍ରୀ ଆହତ
ଆଜି ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଟଣା ସମୟରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରସାଦ ସ୍ବାଇଁ ମଧ୍ୟ ଏହାର କର୍ଡନ ଭିତରେ ଥିଲେ। ତେବେ ଅସାବଧାନତା ଯୋଗୁ ସେ ଆଜି କର୍ଡନ ଭିତରେ ପଡ଼ି ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କେବଳ କୃଷିମନ୍ତ୍ରୀ ଶ୍ରୀ ସ୍ବାଇଁ ନୁହନ୍ତି, ବିଜେଡ଼ିର ଆଉ ଜଣେ ଯୁବ ନେତା ମଧ୍ୟ ପଡ଼ି ଆହତ ହୋଇଛନ୍ତି।
ଭିଡ଼ରେ ନିଖୋଜ ହେଲେ ୫୮ ଶିଶୁ
ରଥଯାତ୍ରାରେ ଆଜି ଭକ୍ତଙ୍କ ଭିଡରେ ହଜିଯାଇଥିଲେ ୫୮ ଶିଶୁ। ରାତି ୯ଟା ସୁଦ୍ଧା ସେମାନଙ୍କ ମଧ୍ୟରୁ ୫୫ ଜଣ ଶିଶୁଙ୍କୁ ଶିଶୁ ମଙ୍ଗଳ କମିଟି ନିକଟରେ ଉପସ୍ଥାପନ କରିବା ପରେ ପିତାମାତାଙ୍କୁ ଯୋଗାଯୋଗ କରି ହସ୍ତାନ୍ତର କରାଯାଇଛି। ଅନ୍ୟ ୩ ଶିଶୁଙ୍କୁ ଶିଶୁ ମଙ୍ଗଳ କମିଟିଙ୍କ ନିର୍ଦ୍ଦେଶ କ୍ରମେ ଓପନ ସେଲଟର୍ରେ ରଖାଯାଇଛି। ଜଣେ ବାହାର ରାଜ୍ୟର ଶିଶୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଓଡ଼ିଆ ବୋଲି ଜଣାପଡିଛି। ସେମାନଙ୍କୁ କାଉନସେଲିଂ କରାଯିବା ପରେ ତାଙ୍କ ଠିକଣା ଅଣାଯାଇ ପିଲାମାନଙ୍କୁ ସେମାନଙ୍କ ଅଭିଭାବକଙ୍କ ନିକଟକୁ ପଠାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ କହିଛନ୍ତି।
ଭିନ୍ନକ୍ଷମ, ବରିଷ୍ଠଙ୍କ ପାଇଁ ଅଧାଖଣ୍ଡିଆ ବ୍ୟବସ୍ଥା
ମହାପ୍ରଭୁଙ୍କ ଦର୍ଶନରୁ କେହି ବି ବଞ୍ଚିତ ହେବେ ନାହିଁ। ଏହି ନ୍ୟାୟରେ ଭିନ୍ନକ୍ଷମଙ୍କ ପାଇଁ ପ୍ରଶାସନ ପକ୍ଷରୁ ବଳଗଣ୍ଡି ସ୍କୁଲ ଛାତ ଉପରେ ବ୍ୟବସ୍ଥା କରାଗଲା। ବରିଷ୍ଠ ନାଗରିକଙ୍କ ସୁଗମ ଦର୍ଶନ ପାଇଁ ମଧ୍ୟ ସେଇ ଛାତ ଉପରେ ବନ୍ଦୋବସ୍ତ କରାଗଲା। ଭିନ୍ନକ୍ଷମମାନଙ୍କୁ ଆଣିବା ପାଇଁ ରେଳ ଷ୍ଟେସନ୍ ଓ ତାଳବଣିଆ ଅସ୍ଥାୟୀ ବସଷ୍ଟାଣ୍ଡ ନିକଟରୁ ସ୍ବତନ୍ତ୍ର ବ୍ୟାଟେରି ଅଟୋର ବ୍ୟବସ୍ଥା କରାଗଲା। ଅଟୋ ମାଧ୍ୟମରେ ସେମାନଙ୍କୁ ଆଣି ଯଥାସ୍ଥାନରେ ଛଡ଼ାଗଲା ମଧ୍ୟ। କିନ୍ତୁ ସ୍କୁଲର ୩ ତାଲା ଛାତ ଉପରକୁ ଭିନ୍ନକ୍ଷମମାନଙ୍କୁ ନେବା ପାଇଁ ଭିନ୍ନକ୍ଷମମାନେ ସମସ୍ୟା ଭୋଗିଥିଲେ। ଶୌଚାଳୟ ଯିବାରେ ସବୁଠୁ ବଡ଼ ସମସ୍ୟା ସୃଷ୍ଟି ହୋଇଥିଲା। ପୁନର୍ବାର ୩ ତାଲା ତଳକୁ ଆଣିବା ପରେ ଶୌଚାଳୟକୁ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକମାନେ ଯାଇଥିଲେ। ଅନ୍ୟପକ୍ଷରେ ଶୌଚାଳୟ ଏତେ ଦୁର୍ଗନ୍ଧ ହୋଇଥିଲା ଯେ ତା ଭିତରକୁ ପଶିବା ସମ୍ଭବ ହେଉନଥିଲା। ତେଣୁ ଏନେଇ ଅସନ୍ତୋଷ ପ୍ରକାଶ ପାଇଥିଲା।
/sambad/media/post_attachments/wp-content/uploads/2023/06/sfhsfhhsfhsfhsfh.jpg)
ଭିଭିଆଇପିଙ୍କୁ ଗୁରୁତ୍ବ, ଭକ୍ତ ହନ୍ତସନ୍ତ
ଭିଭିଆଇପିଙ୍କୁ ସେବା ଦେବାରେ ଉଣା କଲେ ନାହିଁ। ସବୁ ଭିଡ଼କୁ ଅତିକ୍ରମ କରେଇ ଭିଆଇପି ଓ ଭିଭିଆଇପି ଇନର୍ କର୍ଡନ ଭିତରକୁ ନେଇ ଦର୍ଶନ କରାଇଲେ। ମାତ୍ର ସାଧାରଣ ଭକ୍ତ ଆଜି ଭିଡ଼ରେ ଫସି ହନ୍ତସନ୍ତ ହୋଇଛନ୍ତି। ବଡ଼ଦାଣ୍ଡକୁ ସମସ୍ତ ସଂଯୋଗ ପଥ ବନ୍ଦ କରିଦେବାରୁ ବହୁ ଭକ୍ତ ଚାଲିଚାଲି ବଡ଼ଦାଣ୍ଡକୁ ଆସିବା ପାଇଁ ଦହଗଞ୍ଜ ହୋଇଥିଲେ। ଭକ୍ତଙ୍କ ସଂଖ୍ୟା ଆକଳନ କରିବାରେ ପ୍ରଶାସନ ଫେଲ ମାରିଥିଲା। ଅନ୍ତତଃ ଏତେ ସଂଖ୍ୟାରେ ଭକ୍ତ ହେବା ନେଇ ପ୍ରଶାସନ ଆଶା କରୁନଥିଲା, ନଚେତ ସେଇ ଅନୁଯାୟୀ ପ୍ରସ୍ତୁତ ନଥିଲା। ଏପରିକି ଇନର କର୍ଡନରେ ଭକ୍ତମାନେ ଠେଲାପେଲାର ଶିକାର ହୋଇଥିଲେ।
ବହୁ ସଂଖ୍ୟାରେ କର୍ଡନ ପାସ୍ଧାରୀ କର୍ଡନରେ ଭିଡ଼ ଜମାଇଥିଲେ।
ଏଣେ ସାଧାରଣ ଭକ୍ତମାନେ ଆଜି ଅଧିକାଂଶ ସ୍ଥାନରେ ଠେଲାପେଲାରେ ପଡ଼ିଯାଇ ଆହତ ହୋଇଛନ୍ତି। ଛୋଟ ପିଲା, ମହିଳା ଓ ବରିଷ୍ଠ ନାଗରିକମାନେ ଭିଡ଼ରେ ଚାପି ହୋଇ କାନ୍ଦି ପକାଇଥିଲେ। ଏପରିକି ଏକ ବାଇକ୍ ଭିଡ଼ ଭିତରକୁ ପଶିଯିବାରୁ ଗାଡ଼ି ପଡ଼ି ତା' ତଳେ କିଛି ଭକ୍ତ ଚାପି ହୋଇଯାଇଥିଲେ। ପାର୍କିଂଠୁ ନେଇ ଟ୍ରାଫିକ କଟକଣା କ୍ଷେତ୍ରରେ ମଧ୍ୟ ସମସ୍ୟା ଦେଖା ଦେଇଥିଲା। ରଥ ଟଣା ମଧ୍ୟ ଆଜି ଠିକ୍ ଭାବେ ହୋଇପାରିନଥିଲା। ଫଳରେ ତାଳଧ୍ବଜ ରଥ ଦକ୍ଷିଣ ଆଡ଼କୁ ବାରମ୍ବାର ମାଡ଼ି ଯାଇଥିଲା। ଫଳରେ ତାଳଧ୍ବଜ ରଥ ବ୍ୟତୀତ ନନ୍ଦିଘୋଷ ଓ ଦର୍ପଦଳନ ଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚି ପାରିନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/68-6.jpg)