କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ହତ୍ୟା: ଫେବ୍ରୁଆରି ୭ରୁ ମାର୍ଚ୍ଚ ୨୮ ଯାଏଁ ଏମିତି ଥିଲା ଘଟଣା କ୍ରମ…

ଭୁବନେଶ୍ବର: ବହୁଚର୍ଚ୍ଚିତ ନୟାଗଡ଼ ଜିଲ୍ଲାର କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ଅପହରଣ ଓ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତକୁ ପୁଲିସ ପ୍ରାୟ ଦେଢ଼ ମାସ ପରେ ଗିରଫ କରିବା ପରେ ସଫଳ ହୋଇଛି । ଗିରଫ ପରେ ପୁଲିସ ଶର୍ମିଷ୍ଠାଙ୍କୁ ଚାନ୍ଦବାଲି ଥାନାରେ ହାଜର କରାଇଛି। କାରଣ ଗତ ଫେବ୍ରୁଆରି ୭ ତାରିଖ ଠାରୁ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାକୁ ନେଇ ପ୍ରାୟ ଦେଢ ମାସ ହେବ ବିବାଦ ଲାଗିରହିଥିଲା । ଏବେ ମୁଖ୍ୟ ଅଭିଯୁକ୍ତ ଓ କିଛି ସହଯୋଗୀ ପୁଲିସର ପଞ୍ଝାରେ ଥିବାରୁ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ଆଶା କରାଯାଉଛି। ତେବେ କିଛି ସ୍ବାର୍ଥ ପାଇଁ ମାନସଙ୍କୁ କାହିଁକି ହତ୍ୟା କରାଗଲା, ଏହାର କାରଣ ଜାଣିବା ପାଇଁ ରାଜ୍ୟବାସୀ ବହୁତ କିଛି ଅଶା ରଖିଛନ୍ତି। ମାନସ ଅପରହଣ ଠାରୁ ଶର୍ମିଷ୍ଠା ଗିରଫ ହେବା ପର୍ଯ୍ୟନ୍ତ କେମିତି ଥିଲା ପୂରା ଘଟଣା କ୍ରମ ଆସନ୍ତୁ ସେ ବିଷୟରେ ଜାଣିବା…

-ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ପଳାଶପୁର ନିକଟରୁ ୭ ଫେବ୍ରୁଆରିରେ ମାନସଙ୍କୁ ଅପହରଣ
-ଶର୍ମିଷ୍ଠାଙ୍କ ହ୍ୟୁଣ୍ଡାଇ କାରରେ ବଳପୂର୍ବକ ଅପହରଣ
-କାରରେ ମାନସଙ୍କୁ ନିସ୍ତୁକ ମାଡ ମରାଯାଇଥିଲା
-ଅପହରଣ ପୂର୍ବରୁ ଚିପ୍ କୁଆଡେ ଗଲା କହି ମାନସଙ୍କୁ ଚାପୁଡା ମାରିଥିଲେ ଶର୍ମିଷ୍ଠା
-ଅପହରଣ ପରେ ମାନସଙ୍କୁ ଭୁବନେଶ୍ୱର ଉପକଣ୍ଠ ଦୟାଲ ଆଶ୍ରମକୁ ଅଣାଯାଇଥିଲା
-ଆଶ୍ରମରେ ଏକ କୋଠରୀରେ ପୁରାଇ ମାନସଙ୍କୁ ମାଡ ମରାଯାଇଥିଲା
-୧୪ ଫେବ୍ରୁଆରିରେ ମାନସଙ୍କ ପରିବାର ଲୋକ ନିଖୋଜ ନେଇ ଚାନ୍ଦବାଲି ଥାନରେ ଦେଇଥିଲେ ଏତଲା
-ଶର୍ମିଷ୍ଠାଙ୍କୁ ୨ ଥର ଡାକି ପଚରାଉଚରା କରି ଛାଡି ଦେଇଥିଲା ଚାନ୍ଦବାଲି ପୁଲିସ
-୩ ଅଭିଯୁକ୍ତଙ୍କୁ ଗିରଫ ପରେ ୧୨ ମାର୍ଚ୍ଚରେ ମାଟି ତଳେ ପୋତା ଯାଇଥିବା ମାନସଙ୍କ ମୃତଦେହକୁ ଉଦ୍ଧାର
-ନୟାଗଡ ଜିଲ୍ଲା ରଣପୁର ଥାନା ବଧିପାଟଣା ନିକଟସ୍ଥ ପାହାଡ ତଳୁ ମାନସଙ୍କ ମୃତଦେହ ଉଦ୍ଧାର
-ମୃତଦେହ ମିଳିବା ପରେ ମାନସଙ୍କୁ ନେଇ ଆସିଲା ନୂଆ ତଥ୍ୟ
-ହତ୍ୟାକାଣ୍ଡରେ ପୂର୍ବତନ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ସମ୍ପୃକ୍ତି ନେଇ ପ୍ରମାଣ
-ମାର୍ଚ୍ଚ ୨୧ରେ ସୂଚନା ଓ ଲୋକସମ୍ପର୍କ ବିଭାଗର ତତ୍କାଳୀନ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ଗିରଫ
-ମାର୍ଚ୍ଚ ୨୩ ତାରିଖରେ କ୍ରାଇମବ୍ରାଞ୍ଚକୁ ଘଟଣାର ତଦନ୍ତ ଭାର ଦିଆଗଲା
-ମାର୍ଚ୍ଚ ୨୩ରେ ଶର୍ମିଷ୍ଠାଙ୍କ ଭାଇ ପରମେଶ୍ବର ବିଜୟୱାଡାରୁ ଗିରଫ
-ମାର୍ଚ୍ଚ ୨୮ ତାରିଖରେ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀ ଝୁନା ଭୋଇ ଗିରଫ
-୨ ମହିଳା ଅଭିଯୁକ୍ତ ଭଦ୍ରକ ଜିଲ୍ଲା ନଳାଙ୍ଗରୁ ଉଭୟ ଗିରଫ

 

ସମ୍ବନ୍ଧିତ ଖବର