ଲେଖା ଓ ଲେଖକର ସବୁଠୁ ବଡ଼ ଅସ୍ତ୍ର ହେଉଛି ନିଷ୍ଠା: ବ୍ୟାରି ଓବ୍ରିନ୍‌

ଟାଟା ଷ୍ଟିଲ୍‌ ଭୁବନେଶ୍ବର ସାହିତ୍ୟ ଉତ୍ସବ

ଭୁବନେଶ୍ୱର: ଭାରତରେ ଆଙ୍ଗ୍‌ଲୋ-ଭରତୀୟଙ୍କ ସଂଖ୍ୟା ଲକ୍ଷାଧିକ। କିନ୍ତୁ ୨୦୧୧ ଜନସଂଖ୍ୟା ଗଣନା କହୁଛି, ଦେଶରେ ଏହି ସମୁଦାୟଙ୍କ ସଂଖ୍ୟା ପାଖାପାଖି ୨ ହଜାର। ଭାରତର ବିଭିନ୍ନ ସ୍ଥାନରେ ଅଳ୍ପ ଅଳ୍ପ ମାତ୍ରାରେ ଏହି ସମ୍ପ୍ରଦାୟ ବାସ କରୁଥିବାରୁ ଏମାନଙ୍କ ସ୍ଥିତି ଯେମିତି ସରକାରଙ୍କ ପାଇଁ ନଗଣ୍ୟ। ଏଣୁ ଏହି ସମୁଦାୟ ଏବେ ଅବହେଳିତ। ଯଦି ଏହି ସମୁଦାୟର ଲୋକଙ୍କୁ ନେଇ ଭାରତରେ ଏକ ରାଜ୍ୟ ଗଠନ ହୁଏ, ତେବେ ସେ ରାଜ୍ୟର ଶିକ୍ଷା, ସଂସ୍କୃତି ଓ ସଭ୍ୟତା ବେଶ୍‌ ଉନ୍ନତ ହେବ ବୋଲି କହିଛନ୍ତି ବିଶିଷ୍ଟ ଶିକ୍ଷାବିତ୍‌ ଓ କ୍ବିଜ୍‌ ମାଷ୍ଟର ବ୍ୟାରି ଓବ୍ରିନ୍‌।

ତାଙ୍କର ସଦ୍ୟ ପ୍ରକାଶିତ ପୁସ୍ତକ ‘ଦ ଆଙ୍ଗ୍‌ଲୋ ଇଣ୍ଡିଆନ୍‌ସ୍‌’ ସମ୍ପର୍କରେ ଆଲୋଚନା କରି ସେ ଏହା କହିଛନ୍ତି। ତାଙ୍କର ଏହି ଆଙ୍ଗ୍‌ଲୋ-ଇଣ୍ଡିଆନ୍‌ ପୁସ୍ତକରେ ଭାରତର ସ୍ବାଧୀନତା ପୂର୍ବ ଓ ପରବର୍ତ୍ତୀ ସମୟରେ ଏହି ସମ୍ପ୍ରଦାୟର ଉନ୍ନତି ଓ ବିକାଶ ସଂପର୍କରେ ବର୍ଣ୍ଣନା କରାଯାଇଛି। ଓବ୍ରିନ୍‌ କହିଛନ୍ତି, ଯାହା ସତ, ମୁଁ ଏ ପୁସ୍ତକରେ ଲେଖିଛି। କାହା ଚାପରେ କୌଣସି କଥା ଲୁଚାଇନାହିଁ ବା କିଛି ଲେଖିନାହିଁ। ଲେଖକଟିଏ ଲେଖିବା ବେଳେ ସତ ଲେଖି ଚାଲିଲେ, ଲେଖିବା ସମୟରେ ବିଶେଷ କିଛି ଅସୁବିଧା ହୁଏ ନାହିଁ। ଲେଖା ଓ ଲେଖକର ସବୁଠାରୁ ବଡ଼ ଅସ୍ତ୍ର ହେଉଛି ନିଷ୍ଠା ବୋଲି ସେ କହିଛନ୍ତି। ଅଧିବେଶନକୁ ସାଶ୍ମି ନାୟକ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର