ଧର୍ମଶାଳା : ଜଳିଗଲା ଦେଉଳିପାଳ କାଜୁ ଜଙ୍ଗଲ

ଧର୍ମଶାଳା : ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜାରକା ନିକଟ ଦେଉଳିପାଳ ପାହାଡ଼ ପାଦଦେଶରେ ଥିବା କାଜୁ ଜଙ୍ଗଲରେ ଶୁକ୍ରବାର ପୂର୍ବାହ୍ଣରେ ହଠାତ୍ ନିଆଁ ଲାଗି ବହୁ ଗଛପତ୍ର ଜଳିଯାଇଛି। ଅଗ୍ନିକାଣ୍ତର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ଏଠାରେ ସ୍ଥାନୀୟ ଅଞ୍ଚଳର କେହି ବିଡ଼ି କିମ୍ବା ସିଗାରେଟ୍ ଲଗାଇ ନିଆଁ ପକାଇ ଦେଇଥିବା ସନ୍ଦେହ କରାଯାଉଛି। ଫଳରେ ୧ ଏକରରୁ ଅଧିକ ଅଞ୍ଚଳରେ ଥିବା ଜଙ୍ଗଲ ଜଳି ଯାଇଥିବା ବେଳେ କାଜୁଗଛ ସବୁ ଝାଉଁଳି ପଡ଼ିଛି। ବିଳମ୍ବରେ ଖବର ପାଇ ଚଣ୍ତିଖୋଲ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ହେଁ ସେତେବେଳକୁ ନିଆଁ ଲିଭି ଯାଇଥିଲା।

ସେହିପରି ନିକଟସ୍ଥ ଦେଉଳି ପାହାଡ଼ ଉପରେ ଥିବା ଜଙ୍ଗଲରେ ଗତମାସରେ ନିଆଁ ଲାଗି ଯାଇଥିଲା। ଏସବୁ ନିଛାଟିଆ ସ୍ଥାନରେ ସ୍ଥାନୀୟ ଅଞ୍ଚଳର କେତେକ ଯୁବକ ବିଭିନ୍ନ ପ୍ରକାର ନିଶା ସେବନ କରିଥାନ୍ତି। ଏଥିରେ ନିଆଁ ଲଗାଇ ଜଳନ୍ତା ଦିଆଶିଲି କାଠିକୁ ଏଠାରେ ଫିଙ୍ଗି ଦେଉଛନ୍ତି। ଫଳରେ ନିକଟରେ ଥିବା ଜଙ୍ଗଲରେ ଅନେକ ସମୟରେ ନିଆଁ ଲାଗି ଯାଉଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର