ସମ୍ବଲପୁର: ସୋମବାର ପତରପେଣ୍ଡି ସମ୍ପନ୍ନ ହେବା ପରେ ମଙ୍ଗଳବାର ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ବର ବାବା, ବଡ଼ବଜାରର ଶୀତଳେଶ୍ବର ବାବା, ଠାକୁରପଡ଼ାର ଗୁପ୍ତେଶ୍ବର ବାବା, ବାଲିବନ୍ଧାର ସୋମନାଥ ବାବା, ବୁଢ଼ାରଜା ପାହାଡ଼େଶ୍ବର ବାବା, ଦୁର୍ଗାପାଲିର ଗୁଡ଼େଶ୍ବର ବାବାଙ୍କ ବିବାହ ପାଇଁ ଗୁଆଗୁଣ୍ତା ବା ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂଧ୍ୟାରେ ନିଜ ନିଜ ମନ୍ଦିରରେ ପାରଂପରିକ ପୂଜାର୍ଚ୍ଚନା ଓ ଆଳତି ପରେ ରଥାରୁଢ଼ ହନୁମାନ ବିଭିନ୍ନ ଦେବାଳୟକୁ ଯାଇ ଦେବଦେବ ମହାଦେବ ଓ ଜଗତଜନନୀ ମାତା ପାର୍ବତୀଙ୍କ ବିବାହରେ ଯୋଗ ଦେବା ପାଇଁ ତେତ୍ରିଶି କୋଟି ଦେବାଦେବୀଙ୍କୁ ନିମନ୍ତ୍ରଣ କରିଥିଲେ।
ବାବାଙ୍କ ବିବାହ ପାଇଁ ଦେବ ନିମନ୍ତ୍ରଣ; ପ୍ରଭୁ ହନୁମାନ ଦେଲେ ଗୁଆଗୁଣ୍ଡା
/sambad/media/post_attachments/wp-content/uploads/2023/05/54654d6a5gdadagda.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)