ସମ୍ବଲପୁର: ସ୍ନେକ୍ ହେଲ୍ପ ଲାଇନ୍ ଚଲାଉଥିବା ଦଳେଇପଡ଼ାର ଦେବଦତ୍ତ ବାରିକଙ୍କର ଶୁକ୍ରବାର ପରଲୋକ ହୋଇଯାଇଛି। ରାତି ହେଉଦିନ ହେଉ, ଯଦି କାହା ଘରେ ବା କୌଣସି କାର୍ଯ୍ୟାଳୟ ହେଉ କେଉଁଠାରେ ଯଦି ସାପ ବାହାରେ ତାଙ୍କ ନାଁ ପ୍ରଥମେ ଆସେ। ସେ ମଧ୍ୟ କେବେ କାହାକୁ ମନା କରି ନଥାନ୍ତି, ସାପ ଉଦ୍ଧାର ପାଇଁ ସେ ତୁରନ୍ତ ପହଞ୍ଚି ଯାଉଥିଲେ। ଏହା ସହିତ ସେ ଜଣେ ନାକ୍ୟ କଳାକାର ମଧ୍ୟ ଥିଲେ।
କେବଳ ସେତିକି ନୁହେଁ ସମ୍ବଲପୁର ଦୂରଦର୍ଶନ କେନ୍ଦ୍ରରେ ସେ ମେକ୍ଅପ୍ ଆର୍ଟିଷ୍ଟ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ସମାଜସେବା ମଧ୍ୟ ସେ କରୁଥିଲେ। କୋଭିଡ୍ ସମୟରେ ଲୋକେ ଘରୁ ବାହାରି ପାରୁ ନଥିବା ବେଳେ ଦେବଦତ୍ତ ପାଖାପାଖି ୭୦ ଜଣ ଅସହାୟ ଲୋକଙ୍କୁ ଖାଦ୍ୟପଦାର୍ଥ ପହଞ୍ଚାଉ ଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।