ଦେବଗଡ଼: ଦେବଗଡ଼ ଜିଲ୍ଲାର ଗଣପର୍ବ ଗଣେଶ ମେଳା ଆୟୋଜନ ପାଇଁ ଶନିବାର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ପୁଲିସ, ଜିଲ୍ଲା ପ୍ରଶାସନ ଓ ଆୟୋଜକ କମିଟିକୁ ନେଇ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏସ୍ପି ପ୍ରମୋଦ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ, କମିଟିର କର୍ମକର୍ତ୍ତା ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ଆଇନ ଶୃଙ୍ଖଳା, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଓ ସ୍ୱାସ୍ଥ୍ୟ ସେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ସଜାଗ ରହିବାକୁ ନିଷ୍ପତ୍ତି ନିଆଯାଇଥିଲା।
କରୋନା କଟକଣା ପାଇଁ ୨ ବର୍ଷ ଧରି ମେଳା ସ୍ଥଗିତ ରହିଥିବା ବେଳେ ଚଳିତ ବର୍ଷ ମେଳା ଆୟୋଜନ ହେଉଥିବାରୁ ସମ୍ଭାବ୍ୟ ଜନଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି କରାଯାଇଛି। ୯ ଦିନ ଧରି ଆୟୋଜିତ ହେବାକୁ ଥିବା ଗଣେଶ ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଜିଲ୍ଲା ପୁଲିସ, ଜନସାଧାରଣ ଓ ମେଳା କମିଟିର ସହଯୋଗ କାମନା କରିଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏସ୍ଡିପିଓ ପ୍ରତ୍ୟୁଷ ମହାପାତ୍ର, ଡିଏସ୍ପି ଅମ୍ରିତା ମହାନ୍ତି, ଦେବଗଡ଼ ଥାନାଧିକାରୀ ସୁରେନ୍ଦ୍ର ନାୟକ, ଗଣେଶ ମେଳା କମିଟି ସଭାପତି ଶମ୍ଭୁନାଥ ଗୋୟଲ, ସମ୍ପାଦକ ଶୁକଦେବ ଭଞ୍ଜଙ୍କ ସହ ସମସ୍ତ ସଦସ୍ୟ ଏବଂ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/39-11.jpg)