ସୁନ୍ଦରଗଡ଼: ରାଜ୍ୟ ଉନ୍ନୟନ କମିସନର୍ ପ୍ରଦୀପ କୁମାର ଜେନା ଵୁଧଵାର ଦିନ ତମାମ ଝାରସୁଗୁଡ଼ାରେ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ, ସମୀକ୍ଷା ଓ କୋଭିଡ ମୁକାବିଲା ସମ୍ପର୍କରେ ଆଲୋଚନା ପରେ ରାତିରେ ସୁନ୍ଦରଗଡ଼ ପହଞ୍ଚିଥିଲେ। ଆଜି ସକାଳୁ ଵିଭିନ୍ନ ବ୍ଲକ ଅଞ୍ଚଳରେ ଚାଲିଥିବା ଉନ୍ନୟନ ପ୍ରକଳ୍ପ କାମ ଦେଖିବାକୁ ଜିଲ୍ଲାର ଅଧିକାରୀମାନଙ୍କ ସହ ଵାହାରି ଯାଇଛନ୍ତି ଶ୍ରୀ ଜେନା।/sambad/media/post_attachments/wp-content/uploads/2021/04/0b4fc7a8-66b6-41b0-ab03-eade48412bc5.jpg)
ପ୍ରଥମେ ସେ ଲେଫ୍ରିପଡ଼ା ବ୍ଲକକୁ ଯାଇ କାଦୋମାଲ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅନୁଦାନରେ ନିର୍ମିତ କ୍ଷୁଦ୍ର ଜଳସେଚନ ବ୍ୟଵସ୍ଥା ଦେଖିବା ସହ ଚାଷୀ ଓ ପାଣି ପଞ୍ଚାୟତ କର୍ମକର୍ତ୍ତାଙ୍କ ସହ ପ୍ରକଳ୍ପର ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ। ଏହା ସହ ସରଫଗଡ଼ରେ ବିଭିନ୍ନ ବିକାଶମୂଳକ କାମ ଅନୁଧ୍ୟାନ କରିଥିଲେ। ସେଠାରୁ ଫେରିବା ବାଟରେ ସୁର୍ଗୁଡା ଠାରେ କାର୍ଯ୍ୟକ୍ଷମ ମା' ଗୃହ ପରିଦର୍ଶନ କରି ଏହାର ପରିଚାଳକ ଓ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହା ପରେ ସେ ଟାଙ୍ଗରପାଲି ବ୍ଲକ, ସଦର ବ୍ଲକ ଅଞ୍ଚଳରେ ଵିଭିନ୍ନ ପ୍ରକଳ୍ପ ଵୁଲି ଦେଖିବେ। ଅପରାହ୍ନ ୪ଟାରେ ଜିଲ୍ଲା ପ୍ରଶାସନ ସହ ଉନ୍ନୟନ ଓ କୋଭିଡ ମୁକାବିଲାର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/0e669946-dddc-4731-b62c-35420189b596.jpg)