ସୁନ୍ଦରଗଡ଼ରେ ଉନ୍ନୟନ କମିସନର୍: ଵିଭିନ୍ନ ପ୍ରକଳ୍ପ କାମର ଅନୁଧ୍ୟାନ

ସୁନ୍ଦରଗଡ଼: ରାଜ୍ୟ ଉନ୍ନୟନ କମିସନର୍ ପ୍ରଦୀପ କୁମାର ଜେନା ଵୁଧଵାର ଦିନ ତମାମ ଝାରସୁଗୁଡ଼ାରେ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ, ସମୀକ୍ଷା ଓ କୋଭିଡ ମୁକାବିଲା ସମ୍ପର୍କରେ ଆଲୋଚନା ପରେ ରାତିରେ ସୁନ୍ଦରଗଡ଼ ପହଞ୍ଚିଥିଲେ। ଆଜି ସକାଳୁ ଵିଭିନ୍ନ ବ୍ଲକ ଅଞ୍ଚଳରେ ଚାଲିଥିବା ଉନ୍ନୟନ ପ୍ରକଳ୍ପ କାମ ଦେଖିବାକୁ ଜିଲ୍ଲାର ଅଧିକାରୀମାନଙ୍କ ସହ ଵାହାରି ଯାଇଛନ୍ତି ଶ୍ରୀ ଜେନା।

ପ୍ରଥମେ ସେ ଲେଫ୍ରିପଡ଼ା ବ୍ଲକକୁ ଯାଇ କାଦୋମାଲ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅନୁଦାନରେ ନିର୍ମିତ କ୍ଷୁଦ୍ର ଜଳସେଚନ ବ୍ୟଵସ୍ଥା ଦେଖିବା ସହ ଚାଷୀ ଓ ପାଣି ପଞ୍ଚାୟତ କର୍ମକର୍ତ୍ତାଙ୍କ ସହ ପ୍ରକଳ୍ପର ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ। ଏହା ସହ ସରଫଗଡ଼ରେ ବିଭିନ୍ନ ବିକାଶମୂଳକ କାମ ଅନୁଧ୍ୟାନ କରିଥିଲେ। ସେଠାରୁ ଫେରିବା ବାଟରେ ସୁର୍ଗୁଡା ଠାରେ କାର୍ଯ୍ୟକ୍ଷମ ମା’ ଗୃହ ପରିଦର୍ଶନ କରି ଏହାର ପରିଚାଳକ ଓ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହା ପରେ ସେ ଟାଙ୍ଗରପାଲି ବ୍ଲକ, ସଦର ବ୍ଲକ ଅଞ୍ଚଳରେ ଵିଭିନ୍ନ ପ୍ରକଳ୍ପ ଵୁଲି ଦେଖିବେ। ଅପରାହ୍ନ ୪ଟାରେ ଜିଲ୍ଲା ପ୍ରଶାସନ ସହ ଉନ୍ନୟନ ଓ କୋଭିଡ ମୁକାବିଲାର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛ।

ସମ୍ବନ୍ଧିତ ଖବର