ସମ୍ବଲପୁର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ଚାରିଦିନିଆ ପଶ୍ଚିମ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତର ପ୍ରଥମ ଦିନ ଆସନ୍ତା ୨୧ ତାରିଖରେ ସେ କଳାହାଣ୍ଡି ଜିଲ୍ଲାର ଏମ୍‌.ରାମପୁର, ନର୍ଲା ଓ ଲାଂଜିଗଡ଼ ଅଂଚଳ ଗସ୍ତରେ ଯିବେ। କଳାହାଣ୍ଡି ଜିଲ୍ଲା କାର୍ଯ୍ୟକ୍ରମ ସାରି ବଲାଂଗୀର ଜିଲ୍ଲାର ଟିଟିଲାଗଡ଼ ଯିବା ସହିତ ସେଠାରେ ରାତ୍ର ରହଣି କରିବେ।

Advertisment

୨୨ ତାରିଖ ଦିନ ବରଗଡ଼ ଜିଲ୍ଲାର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ନିରୀକ୍ଷଣ କରିବା ସହିତ ବନ୍ୟପ୍ରାଣୀ ଡିଏଫ୍‌ଓଙ୍କ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସମ୍ବଲପୁର ପହଂଚିବେ। ୨୩ ତାରିଖ ଦିନ ସମ୍ବଲପୁର ବିଶ୍ବବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ରେଢ଼ାଖୋଲ ଅଂଚଳରେ କ୍ଷେତ୍ର ପରିଦର୍ଶନରେ ଯିବାର କାର୍ଯ୍ୟକ୍ରମ ରହିଛି। ସମ୍ବଲପୁରରେ ରାତ୍ର ରହଣି ପରେ ୨୪ ତାରିଖ ସକାଳେ ଝାରସୁଗୁଡ଼ା ରମ୍ପେଲାରେ ପର୍ଯ୍ୟଟନ ପ୍ରକଳ୍ପର ନିରୀକ୍ଷଣ ସାରି ଭୁବନେଶ୍ବର ଅଭିମୁଖେ ବାହାରି‌ଯିବେ ବୋଲି ଜଣାପଡ଼ିଛି।