ଦକ୍ଷିଣାଞ୍ଚଳ ରାଜସ୍ୱ ଡିଭିଜନର ସମୀକ୍ଷା ବୈଠକ: କୋଟିଆ ଅଞ୍ଚଳର ସର୍ବାଙ୍ଗୀନ ବିକାଶକୁ ପ୍ରାଥମିକତା

କାମ୍ପା ଯୋଜନାରେ୧୦ ହଜାର ହେକଫର ଜମିରେ ବନୀକରଣ ପାଇଁ ଜାଗା ଚିହ୍ନଟ

ଭୁବନେଶ୍ୱର:ଆଜି ଦକ୍ଷିଣାଞ୍ଚଳ ରାଜସ୍ୱ କମିସନ ଅନ୍ତର୍ଗତ ଦଶଗୋଟି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳମାନଙ୍କର ଏକ ସମୀକ୍ଷା ବୈଠକ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସ ଜରିଆରେ ଅନୁଷ୍ଠିତ ହୋଇଯାଇଛିା ଏଥିରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିସନର, ବିଭାଗର ବହୁ ବରିଷ୍ଠ ଅଧିକାରୀ, ଆଇ.ଜି.ଆର, ଓଡିଶା ଏବଂ ଭୂଅଭିଲେଖ ଓ ସର୍ବେକ୍ଷଣ ସଂସ୍ଥାର ନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ ଅଧିକାରୀ ଯୋଗଦାନ କରିଥିଲୋ

ଜିଲ୍ଲାଗୁଡିକରେ ହେଉଥିବା ବିଭିନ୍ନ ପ୍ରକାର ଉନ୍ନତିମୂଳକ ତଥା ଭିତ୍ତିଭୂମି ପ୍ରକଳ୍ପ ଯଥା ରେଳ, ଜାତୀୟ ରାଜପଥ ଓ ଜଳସେଚନ ନିମନ୍ତେ ଆବଶ୍ୟକ ହେଉଥିବା ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ୱରାନିତ କରିବା ସହିତ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ଅଗ୍ରାଧିକାର ଭିତ୍ତିରେ ସମାପନ କରିବାକୁ ଅତିରିକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲୋ ବୈଠକରେ କୋଟିଆର ସର୍ବାଙ୍ଗୀନ ବିକାଶକୁ ଅଧିକ ଗୁରୁତ୍ୱ ଦେବାପାଇଁ ପରାମର୍ଶ ଦିଆଯାଇଛିା ଏହି ପ୍ରସଙ୍ଗରେ କୋରାପୁଟ ଜିଲ୍ଲା ପ୍ରଶାସନକୁ ପ୍ରତି ୧୫ ଦିନରେ ଏଠାର ସମସ୍ତ ବିକାଶମୂଳକ କାର୍ଯ୍ୟକୁ ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛିା

ରେଜିଷ୍ଟ୍ରେସନ ଅଫିସରେ ଏକକ ପଇଠ ବ୍ୟବସ୍ଥା ଉପରେ ବିଚାରବିମର୍ଶ କରିବାକୁ ଆଇ.ଜି.ଆର.ଙ୍କୁ ନିର୍ଦ୍ଦେଶ ଦିଆଯାଇଛିା ଓଡିଶା ଲୋକସେବା ଅଧିକାର ଅଧିନିୟମ ଅନୁଯାୟୀ ସମସ୍ତ ଜନସେବାଗୁଡିକୁ ଉଦ୍ଦିଷ୍ଟ ସମୟ ସୀମା ଭିତରେ ଫଇସଲା କରିବା, ବେ-ବନ୍ଦୋବସ୍ତ, ଗ୍ରାମକ= ପରମବୋକ ଓ ନଜୁଲ ଜମିଜମାଗୁଡିକର ଯଥାଶୀଘ୍ର ଫଇସଲା ଓ ସମାଧାନ କରିବା ପାଇଁ ଗୁରତ୍ୱାରୋପ କରାଯାଇଥିଲାା ଲଘୁ ଖଣିଜ ପଦାର୍ଥ ଉତ୍ସଗୁଡିକରୁ ନିୟମିତ ରାଜସ୍ୱ ଆଦାୟ, ବେଆଇନ ଉଠାଣ ଓ ଚୋରି
ସହିତ ଆନ୍ତରାଜ୍ୟ ଚାଲାଣକୁ ରୋକିବା ପାଇଁ ଦୃଢ ପଦକ୍ଷେପ ନେବାକୁ ଅତିରିକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛିା ପରିବେଶ ମଞ୍ଜୁରୀ ମିଳିସାରିଥିବା ସମସ୍ତ ଉତ୍ସଗୁଡିକରୁ ଆସନ୍ତା ଜାନୁଆରୀ ୨୫ ତାରିଖ ସୁଦ୍ଧା ଲଘୁ ଖଣିଜ ପଦାର୍ଥ ଉତ୍ତୋଳନ କାର୍ଯ୍ୟ ଆରମ୍ଭ କରିବୋ ଓରସାକ ସହାୟତାରେ ଡିଜିପିଏସ ସର୍ଭେ ଦ୍ୱାରା ରାଜ୍ୟରେ ପ୍ରମୁଖ ନଦୀଗୁଡିକର ବାଲୁକା ଉତ୍ସକୁ ଚିହ୍ନଟ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛିା

ଅତିରିକ୍ତ ଜିଲ୍ଲାପାଳମାନେ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଓ ତହସିଲଦାରମାନଙ୍କ ସହିତ ସମୀକ୍ଷା ବୈଠକ କରି ସ୍କୁଲ ଓ କଲେଜଗୁଡିକରେ ଥିବା ଜମିଜମା
ସମସ୍ୟାକୁ ସମାଧାନ କରିବା ସହ ଏହିସବୁ କାର୍ଯ୍ୟଗୁଡିକୁ ଆସନ୍ତା ମାର୍ଚ୍ଚ ୫ ତାରିଖ ମଧ୍ୟରେ ଅନୁଷ୍ଠାନଗୁଡିକୁ ଜମିପଟ୍ଟା ହସ୍ତାନ୍ତର କରିବୋ ରାଜସ୍ୱ ଜଙ୍ଗଲ ଜମି ଚିହ୍ନଟ କରି ନୂତନ ବନୀକରଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛିା ଏଥି ନିମନ୍ତେ ଓରସାକ ଏକ ମୋବାଇଲ ଆପ ବିକଶିତ କରୁଛି ଏବଂ ଚିହ୍ନଟ ହୋଇଥିବା ଜଙ୍ଗଲ ଜମିଗୁଡିକର ଏକ ପୁସ୍ତିକା ଓରସାକ ଦ୍ୱାରା ପ୍ରକାଶ କରାଯାଇ ସମସ୍ତ ଜିଲ୍ଲାପାଳଙ୍କୁ ଯୋଗାଇ ଦିଆଯିବା ସେହିପରି ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ସମସ୍ତଙ୍କୁ ଜମିପଟ୍ଟା ପ୍ରଦାନ କାର୍ଯ୍ୟକୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିସନ ନିୟମିତ ସମୀକ୍ଷା କରିବୋ

ବସୁନ୍ଧରା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଯଥାଶୀଘ୍ର ଜମି ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ଯାହାଦ୍ୱାରା ପଞ୍ଚାୟତିରାଜ ବିଭାଗର ଆବାସ ଯୋଜନାକୁ ଶୀଘ୍ର କାର୍ଯ୍ୟକାରୀ କରାଯାଇପାରିବା ବିଭିନ୍ନ ରାଜସ୍ୱ ଅଧିକାରୀଙ୍କ ପଦବୀ ପୂରଣ, ପେନସନ, ପଦୋନ୍ନତି ଓ ଚାକିରି ନିୟମିତ ନିମିତ୍ତ ସର୍ବଦା ତତ୍ପର ହୋଇ କାମ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସମସ୍ତଙ୍କୁ ପରାମର୍ଶ ଦେଇଥିଲୋ ଦକ୍ଷିଣାଞ୍ଚଳ ରାଜସ୍ୱ କମିସନର ଏବଂ ଅତିରିକ୍ତ ଜିଲ୍ଲାପାଳମାନେ ନିୟମିତ ଭାବେ ସ୍ଥାନୀୟ ସମସ୍ୟାଗୁଡିକର ସମୀକ୍ଷା କରିବା ସହିତ ୫-“ଟ’ ଓ “ମୋ ସରକାର’ କାର୍ଯ୍ୟସୂତ୍ରୀ ଆଧାରରେ ରାଜସ୍ୱ ପ୍ରଶାସନକୁ ସ୍ୱଚ୍ଛ, ର୍ନିମଳ ଓ ସଶକ୍ତୀକରଣ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ନେବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥ#ଲୋ ଏହିପରି ଡିଭିସନସ୍ତରୀୟ ସମୀକ୍ଷା ବୈଠକ ପ୍ରତି ମାସରେ ଅନୁଷ୍ଠିତ ହେବ ବୋଲି ବିଭାଗ ତରଫରୁ ଜଣାପଡିଛିା

ସମ୍ବନ୍ଧିତ ଖବର