ବାରିପଦା: ବାରିପଦା ସହିଦ୍‌ ସ୍ମୃତି ଭବନଠାରେ ଭାରତ ସରକାରଙ୍କ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ର‌ାଳୟ ଆନୁକୂଲ୍ୟରେ ଜାତୀୟସ୍ତରୀୟ ଏସ୍‌ସି-ଏସ୍‌ଟି ହବ୍‌ କନ୍‌କ୍ଲେଭ୍‌ ଅନୁଷ୍ଠିତ ହୋଇଯାଇଛି। ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଭାନୁପ୍ରତାପ ସିଂ ବର୍ମା ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ହବ୍ ଗଠନର ଆଭିମୁଖ୍ୟ ଓ ଉଦ୍ୟୋଗୀମାନଙ୍କ ପାଇଁ ଏହାର ଉପାଦେୟତା ସମ୍ପର୍କରେ ବୁଝାଇଥିଲେ। ଅନୁସୂଚିତ ଜାତି ଓ ଜନଜାତି ଉଦ୍ୟୋଗୀମାନଙ୍କ ପାଇଁ ଏକ ଇକୋ ସିଷ୍ଟମ ବିକାଶ ପାଇଁ ଲକ୍ଷ୍ୟ ରଖିଛି ବିଭାଗ।

Advertisment

ଏହି ବର୍ଗରେ ଆସୁଥିବା ମୟୂରଭଞ୍ଜ ଜିଲ୍ଲାର ଯୁବ ଉଦ୍ୟୋଗୀମାନଙ୍କୁ ଏହି ହବ୍‌ରେ ସାମିଲ କରାଇ ସେମାନଙ୍କୁ ସ୍ୱାବଲମ୍ବୀ କରାଯିବ ବୋଲି କହିଥିଲେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ଭାରତ ସରକାରଙ୍କ ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି) ଗିରୀଶଚନ୍ଦ୍ର ମୁର୍ମୁ। ଜିଲ୍ଲା‌ର ଉଦ୍ୟୋଗୀମାନେ ଏହି ସୁଯୋଗର ଲାଭ ନେବାକୁ ସେ ଆହ୍ବାନ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ନିର୍ଦ୍ଦେଶକ କାଳନ୍ଦୀ ସାମଲ, ସଚିବ ବିଦ୍ୟୁତ ବିହାରୀ ସ୍ୱାଇଁ ଓ ଡ.ଇସିତା ଗାଙ୍ଗୁଲି ତ୍ରିପାଠୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ବିଭିନ୍ନ ବ୍ୟାଙ୍କ ଅଧିକାରୀ, ଜିଲ୍ଲାର ଏମ୍‌ଏସ୍‌ଏମ୍‌ଇ ଅନ୍ତର୍ଭୁକ୍ତ ବହୁ ଉଦ୍ୟୋଗୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।