କୃଷ୍ଣପ୍ରସାଦ: ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଅଜୟ କୁମାର ଜେନାଙ୍କର ଗତକାଲି ୮୦ ବର୍ଷ ବୟସରେ ପରଲୋକ ଘଟିଛି। ସ୍ୱର୍ଗତ ଜେନା ଚିଲିକାଗାନ୍ଧୀ ଭାବେ ପରିଚିତ ସ୍ୱର୍ଗତ ଉଦୟନାଥ ଜେନାଙ୍କ ପୁଅ। କୃ୍ଷ୍ଣପ୍ରସାଦ ବ୍ଲକ୍ର ଟାପୁ ମଧ୍ୟରେ ଥିବା ଗ୍ରାମଗୁଡ଼ିକୁ ଗମନାଗମନ ସୁଗମ କରିବାରେ ତାଙ୍କର ଯଥେଷ୍ଟ ଅବଦାନ ଥିଲା। ୧୯୭୭ ଓ ୧୯୯୦ରେ ସେ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରୁ ଜନତା ଦଳ ଟିକେଟରେ ବିଜୟ ଲାଭ କରି ଦୁଇ ଥର ବିଧାୟକ ହେବା ସହ ସରକାରୀ ଦଳର ମୁଖ୍ୟ ସଚେତକ ଦାୟିତ୍ୱ ତୁଲାଇଥିଲେ।
ମଙ୍ଗଳବାର ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସାଧୀନ ଅବସ୍ଥାରେ ଅଜୟଙ୍କର ପରଲୋକ ହୋଇଛି। ତାଙ୍କ ପାର୍ଥିବ ଶରୀରକୁ ବିଧାନସଭା ଓ ପରେ ଭୁବନେଶ୍ବରସ୍ଥିତ ବାସଭବନକୁ ନିଆଯାଇଥିଲା। ସେଠାରୁ ଜନ୍ମମାଟି କୃଷ୍ଣପ୍ରସାଦ ବ୍ଲକ୍ ତିତିପ ଗ୍ରାମସ୍ଥିତ ବାସଭବନକୁ ନିଆଯାଇଥିଲା। ରାମଲେଙ୍କା ପଞ୍ଚାୟତ ପାଇକରାପୁରଠାରେ ସମରକଳା ପ୍ରଦର୍ଶନ ପୂର୍ବକ ପାଟ ପଟୁଆରରେ ବାସଭବନକୁ ନିଆଯାଇଥିଲା। ସେଠାରେ ଶୋଭାଯାତ୍ରା ପରେ ପୁରୀ ସ୍ୱର୍ଗଦ୍ୱାରଠାରେ ଅନ୍ତିମ ସଂସ୍କାର କରାଯାଇଛି। ପୁତ୍ର ଅମୃତ ଜେନାଙ୍କ ପୂର୍ବରୁ ହୃଦ୍ଘାତରେ ପରଲୋକ ଘଟିଥିବାରୁ ଭଣଜା ଶିବ ପ୍ରସାଦ ସ୍ୱାଇଁ ମୁଖାଗ୍ନି ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/ssfhfhfhfhfh.jpg)
