ଦେବଗଡ଼: ଦେବଗଡ ଜିଲ୍ଲାର ସ୍ବାସ୍ଥ୍ୟସେବା ଏକ ପ୍ରକାର ଭୁଶୁଡି ପଡିଛି। ଜିଲ୍ଲାରେ ୨୧୧ଜଣ ଡାକ୍ତର ପଦବୀ ରହିଥିବାବେଳେ ବର୍ତ୍ତମାନ ଅଛନ୍ତି ମାତ୍ର ୭୧ଜଣ। ସେଥିମଧ୍ୟରୁ ୧୪୦ ପଦବୀ ଖାଲିପଡିଥିବା ସରକାରୀ ତଥ୍ୟରୁ ଜଣାପଡିଛି।ମାତ୍ର ହାତଗଣତି ଡାକ୍ତରଙ୍କୁ ନେଇ ଚାଲିଛି ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଓ ଗ୍ରାମାଚଂଳର ସ୍ୱାସ୍ଥ୍ୟ ବ୍ୟବସ୍ଥା।ଗତ ଜୁନ୍ ୩ରେ ମୁଖ୍ୟମନ୍ତ୍ରୀ ଦେବଗଡ ଗସ୍ତରେ ଆସି ନୂଆବାଲିରୋଇରେ ନବନିର୍ମିତ ୩୦୦ ଶଯ୍ୟା ବିଶିଷ୍ଟ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠାକୁ ଉଦ୍ଘାଟନ କରିଥିଲେ।
ଚଳିତ ମାସ ୧୧ ରୁ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠାରୁ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠାକୁ ସ୍ଥାନାନ୍ତରିତ କରାଯାଇଥିଲା।ଅନ୍ୟପଟେ ଅସ୍ଥିଶଲ୍ୟ,ଚର୍ମରୋଗ,ନିସ୍ତେଜକ,ଏସଏନସିୟୁ,ସର୍ଜରୀ ତଥା ବିଭିନ୍ନ ବିଭାଗରେ ବିଶେଷଜ୍ଞ ପଦବୀ ଖାଲିପଡିଛି।ନୂତନ ମୁଖ୍ୟ ଚିକିତ୍ସାଳୟ କୋଠା ଉଦଘାଟନ ପରେ ଜିଲ୍ଲାବାସୀ ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମିର ବିକାଶ ହେବାର ଉନ୍ନତରମାନର ଚିକିତ୍ସା ପାଇବେ ବୋଲି ଆଶା ରଖିଥିଲେ।
କିନ୍ତୁ ଡାକ୍ତର ଅଭାବ ଯୋଗୁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିରୁ ସ୍ପଷ୍ଟ ଯେ,ଦେବଗଡ଼ ମୁଖ୍ୟଚିକିତ୍ସାଳୟର ମାନ୍ୟତା ସିନା ପାଇଛି ହେଲେ ଡାକ୍ତର ଅଭାବରୁ ସରକାରଙ୍କ ପକ୍ଷରୁ ବିଭିନ୍ନ ସୁବିଧା ମଧ୍ୟ ଲୋକମାନେ ପାଇବାରୁ ବଞ୍ଚିତ ହେଉଛନ୍ତି।
ସୂଚନାରୁ ପ୍ରକାଶ ଯେ,୧୯୯୪ରେ ଦେବଗଡ ଏକ ନୂତନ ଜିଲ୍ଲାର ମାନ୍ୟତା ପାଇବାପରେ ଦେବଗଡ ସବଡିଭିଜନ ଡାକ୍ତରଖାନାରୁ ମୁଖ୍ୟ ଚିକିତ୍ସାଳୟର ମାନ୍ୟତା ପାଇଥିଲା।ଜିଲ୍ଲାରେ ୪ଟି ସିଏଚସି ଓ୮ଟି ପିଏଚସିରହିଛି ।ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ୫୫ ଡାକ୍ତର ପଦବିରହିଥିବାବେଳେ ବର୍ତ୍ତମାନ ୧୮ଜଣ ଡାକ୍ତରଙ୍କୁ ନେଇ ଚାଲୁଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ।ବାରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ୧୧ପଦବି ସ୍ଥାନରେ ୪ ଜଣ ଡାକ୍ତର ରହିଥିବା ବେଳେ ୭ ପଦବୀ ଖାଲିରହିଛି। ବମପରଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦ଟି ପଦବି ଥିବାବେଳେ ୩ଜଣ ଡାକ୍ତର ଥିବାବେଳେ ବାକି ୭ପଦବି ଖାଲିରହିଛି।
ସେହିପରି ତିଲେଇବଣି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୧ଜଣ ଡାକ୍ତର ପଦବି ଥିବାବେଳେ ୭ ପଦବୀ ଖାଲି ଥିବାବେଳେ କେବଳ ୪ଜଣ ଡାକ୍ତର ଅଛନ୍ତି। ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୧ପଦବି ସ୍ଥାନରେ ୫ପଦବି ଖାଲିଥିବାବେଳେ ମାତ୍ର ୭ଜଣ ଡାକ୍ତରଅଛନ୍ତି।ଜିଲ୍ଲାରେ ଡାକ୍ତର ଅଭାବ ସମସ୍ୟା ଯୋଗୁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେବୁର୍ଲା,ରାଉଲକେଲା,କଟକ.ଅନୁଗୁଳ,ଭୁବନେଶ୍ବର ଆଦି ବିଭିନ୍ନ ଘରୋଇ ଓ ସରକାରୀ ଡାକ୍ତରଖାନା ଉପରେ ନିର୍ଭରଶୀଳ ଜିଲ୍ଲାବାସୀ ।
ଜିଲ୍ଲାରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଏକ ପ୍ରସ୍ତାବ ପଠାଇଯାଇଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଏଦିଗରେ ସରକାର ଓ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି।
Deogarh