କଟକ  : ବିଶିଷ୍ଟ ଭାଷାତତ୍ତ୍ୱବିତ୍ ଦେବୀପ୍ରସନ୍ନ ପଟ୍ଟନାୟକ ଚଳିତବର୍ଷ ପାଇଁ ‘ଉତ୍କଳ ସାହିତ୍ୟ ସମାଜ’ର ସର୍ବୋଚ୍ଚ ସମ୍ମାନ ‘ଉତ୍କଳ ରତ୍ନ’ ପାଇବାକୁ ମନୋନୀତ ହୋଇଛନ୍ତି।

Advertisment

ଏଥିସହିତ ଅନୁ‌ଷ୍ଠାନ ପକ୍ଷରୁ ନରସିଂହ ମିଶ୍ରଙ୍କୁ ‘ଶୁକଦେବ ସାହୁ ଉପନ୍ୟାସ ସମ୍ମାନ’, ଅରବିନ୍ଦ ରାୟଙ୍କୁ ‘ଫକୀରମୋହନ କ୍ଷୁଦ୍ରଗଳ୍ପ ସମ୍ମାନ’ , ଇଞ୍ଜିନିୟର ଧନୁର୍ଦ୍ଧର ମିଶ୍ରଙ୍କୁ ‘ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ’ , ସୌଭାଗିନୀ ରାୟଙ୍କୁ ‘ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ସାହିତ୍ୟ ସମ୍ମାନ’ , ବିପିନ ନାୟକଙ୍କୁ ‘ଗଙ୍ଗାଧର ମେହେର କବିତା ସମ୍ମାନ’ , ଡକ୍ଟର ମନ୍ମଥ କୁମାର ପ୍ରଧାନଙ୍କୁ ‘ଗୋପୀନାଥ ନନ୍ଦ ପ୍ରବନ୍ଧ-ସମାଲୋଚନା ସାହିତ୍ୟ ସମ୍ମାନ’ , ଡକ୍ଟର ଲାବଣ୍ୟ ଚନ୍ଦ୍ର ସାହୁଙ୍କୁ ‘ରାମକୃଷ୍ଣ ନନ୍ଦ ଶିଶୁ-ସାହିତ୍ୟ ସମ୍ମାନ’ , ଜୟୀରାମ ସାମଲଙ୍କୁ ‘ବୈଷ୍ଣବ ପାଣି କଳା ସମ୍ମାନ’ , କୁମାର ହସନ୍‌ଙ୍କୁ ‘ପ୍ରଫୁଲ୍ଲ ଦାସ ଅନୁବାଦ ସାହିତ୍ୟ ସମ୍ମାନ’ , ମେଜର୍‌ କ୍ଷୀରୋଦ ପ୍ରସାଦ ମହାନ୍ତିଙ୍କୁ ‘ରାଧାନାଥ ରଥ ସମ୍ବାଦ ସାହିତ୍ୟ ସମ୍ମାନ’ , ଡକ୍ଟର ବ୍ରଜକିଶୋର ସ୍ୱାଇଁଙ୍କୁ ‘ଗୋବିନ୍ଦ ନାରାୟଣ ଆଧ୍ୟାତ୍ମିକ ସାହିତ୍ୟ ସମ୍ମାନ’ , ଡକ୍ଟର ବିଜୟିନୀ ସିଂହଦେଓଙ୍କୁ ‘ବସନ୍ତ କୁମାରୀ ଦେବୀ ଲେଖିକା ସମ୍ମାନ’ , ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କୁ ‘ବିଦ୍ୟାଧର ମିଶ୍ର ଜୀବନୀ ସାହିତ୍ୟ ସମ୍ମାନ’ , ପ୍ରସନ୍ନ କୁମାର ମହାନ୍ତିଙ୍କୁ ‘ଉଦୟନାଥ ଷଡ଼ଙ୍ଗୀ ସାମ୍ବାଦିକତା ସମ୍ମାନ’, ସତ୍ୟାନାଶ (ପ୍ରଭାକର ନାୟକ)ଙ୍କୁ ‘ନୀରଦପ୍ରଭା ହାସ୍ୟବ୍ୟଙ୍ଗ ସମ୍ମାନ’ , ରାସେଶ୍ୱରୀ ମିଶ୍ରଙ୍କୁ ‘ବିଶ୍ୱନାଥ ମିଶ୍ର ଆତ୍ମଜୀବନୀ ସମ୍ମାନ’ , ଅଲେଖ ବିଶ୍ୱାଳଙ୍କୁ ‘ନବରୂପା ରାଜ ଗୀତିକବିତା ସମ୍ମାନ’ , ଘନଶ୍ୟାମ ପଣ୍ଡାଙ୍କୁ ‘କବିଚନ୍ଦ୍ର ସଂଗୀତଗୁରୁ ସମ୍ମାନ’ , ସୁବାସ ଦାସଙ୍କୁ ‘ଭିକାରି ବଳ କଣ୍ଠଶିଳ୍ପୀ ସମ୍ମାନ’ , ଅନସୂୟା ମିଶ୍ରଙ୍କୁ ‘ବିକ୍ରମ ଦାସ ଭ୍ରମଣ କାହାଣୀ ସମ୍ମାନ’ , ଅଞ୍ଜନ ଚାନ୍ଦଙ୍କୁ ‘ପ୍ରଭା ପଟେଲ ରମ୍ୟରଚନା ଓ ଲଳିତ ନିବନ୍ଧ ସମ୍ମାନ’ , ରାଧାମୋହନ ସାହୁଙ୍କୁ ‘ବ୍ରହ୍ମାନନ୍ଦ ପଣ୍ଡା ସାଂସ୍କୃତିକ ସଂଗଠନ ସମ୍ମାନ’, କଥାକାର ରବିନାରାୟଣ ଦାଶଙ୍କୁ ‘କୈଳାସ ଚନ୍ଦ୍ର ସିଂହ ଯୁବ ସାରସ୍ୱତ ସମ୍ମାନ’ , ଜୀବାନନ୍ଦ ମିଶ୍ର(ବିଦ୍ୟାପୁରୀ)ଙ୍କୁ ‘ଦେବବ୍ରତ କର ପ୍ରକାଶକ ସମ୍ମାନ’ , ଡକ୍ଟର ସଦାନନ୍ଦ ନାୟକଙ୍କୁ ‘ନିରଞ୍ଜନ ଦାସ ଭାଷା ସମ୍ମାନ’ , କ୍ଷେତ୍ରବାସୀ ସାହୁଙ୍କୁ ‘ବାଗ୍ମୀ ବିଶ୍ୱନାଥ କର ସଂପାଦନା ସମ୍ମାନ’ ଓ ଗଜେନ୍ଦ୍ର ପ୍ରସାଦ ସାହୁଙ୍କୁ ‘ସୁନାମଣି ସାମଲ ଚିତ୍ରଶିଳ୍ପୀ ସମ୍ମାନ’ ପ୍ରଦାନ କରାଯିବ।

ବିଚାରକମାନଙ୍କ ଚୂଡ଼ାନ୍ତ ରାୟକୁ ନେଇ ଅନୁଷ୍ଠାନର ସଭାପତି ତରୁଣ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟନିର୍ବାହିକା ସମିତି ବୈଠକରେ ଏହି ନିଷ୍ପତ୍ତି ଗୃହୀତ ହୋଇଛି। ଆସନ୍ତା ଜୁଲାଇ ୨ ଓ ୩ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ଉତ୍କଳ ସାହିତ୍ୟ ସମାଜର ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଏସବୁ ସମ୍ମାନ ପ୍ରଦାନ କରାଯିବ ବୋଲି ସାଧାରଣ ସଂପାଦକ ଆଦିତ୍ୟ ପ୍ରତାପ ଧଳ ସୂଚନା ଦେଇଛନ୍ତି।