ସ୍ବର୍ଣ୍ଣଚିତା ପରିଧାନ କରି ଦର୍ଶନ ଦେଲେ ମା’ତାରାତାରିଣୀ

ପୁରୁଷୋତ୍ତମପୁର: ଆଜି ମା’ ତାରାତାରିଣୀଙ୍କ ପୀଠରେ ଚିତାଲାଗି ଉତ୍ସବ ପରମ୍ପରା ଅନୁସାରେ ପାଳିତ ହୋଇଯାଇଛି। ଉତ୍ସବ ସମୟରେ କରୋନା କଟକଣାକୁ କଡ଼ାକଡ଼ି ପାଳନ କରା ଯାଇଥିଲା। ମା’ ସ୍ବର୍ଣ୍ଣଚିତା ପରିଧାନ କରି ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ତେବେ କଟକଣା ପାଇଁ କେତେକ ଭକ୍ତ ମନ୍ଦିରକୁ ଯାଇ ନପାରି ନିରାଶ ହୋଇଥିଲେ। ଭୋର ୪ଟା ୩୦ରୁ ମଙ୍ଗଳ ଆଳତି, ଅବକାଶ ଓ ପଞ୍ଚମୁଦ୍ରିକ ଅଭିଷେକ କରା ଯାଇଥିଲା। ପରେ ମା’ ରାଜରାଜେଶ୍ବରୀ ବେଶ ହୋଇଥିଲେ। ଏହାପରେ ଚିତାଲାଗି ଉତ୍ସବ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର