ଦର୍ଶନ ବେଳେ ଅଘଟଣ: ଶାଢ଼ିରେ ଲାଗିଲା ଦୀପ ନିଆଁ, ଭକ୍ତ ଗୁରୁତର

ପୁରୀ :‌ ଶ୍ରୀମନ୍ଦିରରେ ଶନିବାର ଦିନ ଦୀପରୁ ନିଆଁ ଲାଗି ଜଣେ ମହିଳା ଭକ୍ତ ଗୁରୁତର ହୋଇଛନ୍ତି। ଆହତ ମହିଳା ଜଣକ ହେଉଛନ୍ତି ଭୁବନେଶ୍ବର ତମାଣ୍ଡୋ ଅଞ୍ଚଳର ସିଦ୍ଧାର୍ଥ ଦାସଙ୍କ ପତ୍ନୀ ସୌମ୍ୟା ଦାସ। ଅଗ୍ନିକାଣ୍ଡରେ ସୌମ୍ୟାଙ୍କ ବାମ ହାତ ଓ ଡାହାଣ ପୋଡ଼ିଯାଇଛି। ସିଂହଦ୍ବାର ସମ୍ମୁଖ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ସୌମ୍ୟାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଶନିବାର ପୂର୍ବାହ୍ଣରେ ସୌମ୍ୟା ପରିବାର ସହ ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିଥିଲେ। ଭିତର କାଠରୁ ମହାପ୍ରଭୁଙ୍କ ଦର୍ଶନ କରୁଥିବା ବେଳେ କେହି ଲଗାଇଥିବା ଦୀପ ନିଆଁ ତାଙ୍କ ଶାଢ଼ୀରେ ଲାଗି ଯାଇଥିଲା। ଶାଢ଼ୀରୁ ନିଆଁ ଲିଭାଇବାକୁ ଚେଷ୍ଟା କରୁଥିବାବେଳେ ସୌମ୍ୟାଙ୍କ ଦୁଇ ହାତ ପୋଡ଼ି ଯାଇଥିଲା। କିଛି ଦିନ ପୂର୍ବରୁ ସମାନ ଘଟଣା ନଜରକୁ ଆସିଥିଲା। ଭିତର କାଠରୁ ଦର୍ଶନ ବେଳେ ଦୀପ ନିଆଁରୁ ଅଗ୍ନିକାଣ୍ଡ ଘଟି ଜଣେ ଭକ୍ତ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର