ଭକ୍ତଙ୍କୁ ଶ୍ରୀଲିଙ୍ଗରାଜ ମନ୍ଦିର ମନା

୪ ସେବାୟତ କରୋନା ଆକ୍ରାନ୍ତ, ବିନା ଭକ୍ତରେ ହେବ ରୁକୁଣା ରଥଯାତ୍ରା

ଭୁବନେଶ୍ବର : ଶ୍ରୀଲିଙ୍ଗରାଜ ମନ୍ଦିରର ୪ଜଣ ସେବାୟତ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହାପରେ ବିଏମ୍‌ସି ପକ୍ଷରୁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ରୋକ୍‌ ଲାଗିଛି। ଆଗାମୀ ନିର୍ଦ୍ଦେଶନାମା ପ୍ରକାଶ ନ ପାଇବା ପର୍ଯ୍ୟନ୍ତ ଶ୍ରୀ ଲିଙ୍ଗରାଜ ମନ୍ଦିରକୁ ଶ୍ରଦ୍ଧାଳୁମାନେ ପ୍ରବେଶ କରିପାରିବେନି ବୋଲି ବିଏମ୍‌ସିର (ଦକ୍ଷିଣ-ପୂର୍ବ)ଜୋନାଲ ଡେପୁଟି କମିସନର ଅଂଶୁମାନ ରଥ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ତେବେ ସେବାୟତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ବି ମନ୍ଦିରର ନୀତି, ପୂଜାର୍ଚ୍ଚନା ପାଇଁ ମନ୍ଦିର ଯେପରି ଖୋଲା ରହିବ ତାହା ମନ୍ଦିର ପ୍ରଶାସନ ନିଶ୍ଚିତ କରିବ। ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ବନ୍ଦ ରହିଲେ ବି ଅଶୋକାଷ୍ଟମୀରେ ରୁକୁଣା ରଥ ଯାତ୍ରା ହେବ। ପୂର୍ବ ନିଷ୍ପତ୍ତି ଅନୁଯାୟୀ ଏହା ବିନା ଭକ୍ତରେ ହେବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ଶନିବାର ୬୦ଜଣ ସେବାୟତଙ୍କର କୋଭିଡ ପରୀକ୍ଷା ହୋଇଥିବାବେଳେ ୪ଜଣଙ୍କର ପଜିଟିଭ୍ ବାହାରିଥିଲା। ଆଜି ୧୮୫ଜଣଙ୍କର କୋଭିଡ ପରୀକ୍ଷା ହୋଇଥିବାବେଳେ ଏଯାଏ ରିପୋର୍ଟ ମିଳିନି। ଯେଉଁମାନଙ୍କର ନେଗେଟିଭ୍ ରିପୋର୍ଟ ଆସିବ ସେମାନେ ହିଁ ମନ୍ଦିରରେ ପୂଜାର୍ଚ୍ଚନା କରିବେ ଏବଂ ଅଶୋକାଷ୍ଟମୀ ରଥଯାତ୍ରାରେ ସାମିଲ୍‌ ହୋଇପାରିବେ ବୋଲି ବିଏମ୍‌ସିର ଜୋନାଲ୍ ଡେପୁଟି କମିସନର ଅଂଶୁମାନ ରଥ କହିଛନ୍ତି।

ସମ୍ବନ୍ଧିତ ଖବର