ପୁରୀ: ଶ୍ରୀମନ୍ଦିର ସିଂହଦ୍ବାରରେ ଆଜି ଭକ୍ତମାନେ ଦର୍ଶନ ପାଇଁ ଭିଡ଼ ଲଗାଇଛନ୍ତି। ଖରାତରାରେ ଲମ୍ବାଧାଡ଼ିରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପିଲାଠୁ ବୁଢ଼ା ଧାଡ଼ିରେ ଭିଡ଼ ଭିତରେ ଛିଡ଼ା ହୋଇ ଯନ୍ତ୍ରଣାରେ ଛଟପଟ ହୋଇଛନ୍ତି। ଆଜି ଥିଲା ମାସର ଦ୍ବିତୀୟ ଶନିବାର। ଆସନ୍ତା ୧୩ ତାରିଖ ରବିବାର। ଏଣୁ ପୁରୀରେ ଗତକାଲି ରାତିରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଆଜି ବି ସକାଳୁ ପୁରୀ ସହରରେ ଭିଡ଼ ବଢ଼ିବା ସହ ବଡ଼ଦାଣ୍ଡ ବି ଲୋକାରଣ୍ୟ ହୋଇଯାଇଥିଲା। ସିଂହଦ୍ବାରରେ ବି ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ବହୁ ସଂଖ୍ୟାରେ ଭକ୍ତ ଲମ୍ବାଧାଡ଼ିରେ ରହି ମହାପ୍ରଭୁଙ୍କ ଦର୍ଶନ କରି ଫେରିଥିଲେ।
ଛୁଟିଦିନରେ ମାଡ଼ିଆସିଲେ ଭକ୍ତ: ଦର୍ଶନ ପାଇଁ ସିଂହଦ୍ବାରରେ ଲମ୍ବାଧାଡ଼ି
/sambad/media/post_attachments/wp-content/uploads/2023/08/5465sf465fs4h654fs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)