ଆଗକୁ ଅମ୍ଳଜାନ ସଂକଟ ଦେଖାଦେବ ବୋଲି ୮ ବର୍ଷ ତଳୁ କହିଥିଲେ ସାରଥୀ! ପୂର୍ବ କଥା ମନେ ପକାଇ ପୁଣି ସକ୍ରିୟ ହେଲେ ଭକ୍ତ

ଭୁବନେଶ୍ବର: ପୁଣିଥରେ ସକ୍ରିୟ ହେଉଛନ୍ତି ସାରଥୀ ଭକ୍ତ । ସାରଥୀ କୋର୍ଟଙ୍କ ସର୍ତ୍ତ ଅନୁସାରେ ପଦାକୁ ବାହାରୁ ନଥିବାବେଳେ ତାଙ୍କ ଭକ୍ତମାନେ ପୁଣି ଥରେ ସକ୍ରିୟ ହେଉଥିବା ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିବା ସହ ଗରିବଙ୍କୁ ଖାଦ୍ୟ ବାଣ୍ଟୁଥିବା ଦେଖିବାକୁ ମିଳୁଛି ।

ଭୁବନେଶ୍ୱର ଓୟୁଏଟି ନିକଟରେ ସାରଥୀଙ୍କ ଭକ୍ତମାନେ ବୃକ୍ଷରୋପଣ ସହ ଗରିବଙ୍କୁ ଖାଦ୍ୟ ଓ ମାସ୍କ ବଣ୍ଟନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏନେଇ ଜଣେ ଭକ୍ତ କହିଛନ୍ତି, ୨୦୧୩ରେ ସାରଥୀ ନିଜ ପ୍ରବଚନରେ କହିଥିଲେ ଆଗକୁ ଦେଶରେ ଅମ୍ଳଜାନ ସଂକଟ ଦେଖାଦେବ । ସେଥିପାଇଁ ଭକ୍ତଙ୍କୁ ଗଛ ଲଗାଇବାକୁ ପରାମର୍ଶ ଦେଇଥିଲେ ସାରଥୀ । ତେଣୁ କରୋନା ସମୟରେ ଯେତେବେଳେ ଅମ୍ଲଜାନର ସଙ୍କଟ ଦେଖିବାକୁ ମିଳୁଛି, ସେତେବେଳେ ଗଛ ଲଗାଇବା ଆରମ୍ଭ କରିଛନ୍ତି ଭକ୍ତ । ମହାମାରୀ ସମୟରେ ସାରଥୀ ଭକ୍ତ ସକ୍ରିୟ ହୋଇଯାଇଛନ୍ତି । ଗଛ ଲଗେଇବା ସହ ସାରଥୀଙ୍କ ବିଷୟରେ ପ୍ରଚାର କରୁଛନ୍ତି ବୋଲି କହିଛନ୍ତି କିଛି ଭକ୍ତ ।

ସମ୍ବନ୍ଧିତ ଖବର