ଆରଡ଼ି: ଶ୍ରାବଣ ମାସର ୪ର୍ଥ ସୋମବାର ଅବସରରେ ଆଜି ଉତ୍ସବ ମୁଖର ହୋଇଉଠିଥିଲା ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠ। ହଜାର ହଜାର ମହିଳା ଓ ପୁରୁଷ ବୋଲବମ୍ ଭକ୍ତ ବ୍ୟାରିକେଡରେ ଲମ୍ବା ଧାଡିରେ ଆସି ବାବାମଣିଙ୍କୁ ଶାନ୍ତିଶୃଖଂଳାର ସହ ଜଳଲାଗି କରିଥିଲେ। ଭକ୍ତମାନେ ବେଶ ଆନନ୍ଦର ସହ ଜଳଲାଗି କରୁଥିବାର ଦେଖିବାକୁ  ମିଳିଥିଲା । ବୋଲବମ୍‌ ହର ହର ବମ୍‌, ଭୋଳାବାବା ପାର କରେଗା ଆଦି ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଆରଡି ପୀଠ।

Advertisment

ଗତକାଲି ଠାରୁ ବୋଲବମ୍ ଭକ୍ତମାନେ ପାଣି ଭାର ନେଇ ଚାଲି ଚାଲି ଆରଡିକୁ ପ୍ରବେଶ କରିଥିଲେ। ପ୍ରଶାସନ ତରଫରୁ ଭକ୍ତଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ଆରଡି ପଞ୍ଚାୟତ ତରଫରୁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଶ୍ରାବଣ ସୋମବାର ପାଇଁ ଭୋର ସମୟରେ ମନ୍ଦିର ପହୁଡ ଖୋଲାହେବା ପରେ ପ୍ରଥମେ ମଙ୍ଗଳ ଆଳତି କରାଯାଇଥିଲା। ପରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ଗତକାଲି ରାତିରୁ ବୋଲବମ୍ ଭକ୍ତମାନେ ଜଳଲାଗି କରିଥିଲେ। ପୁଲିସ ପ୍ରଶାସନ ତରଫରୁ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ପୁଲିସ  ମୁତୟନ କରାଯାଇଥିବା ବେଳେ ତିନିତର, ଧାନକଣିଆ ଓ ମୁଆଁ ଘାଟରେ ଓଡ୍ରାଫ ଟିମ ମୁତୟନ କରାଯାଇଥିଲା।