ସମ୍ବଲପୁର : ପାହାଡ଼ ଉପରେ ସାଇକେଲରେ ୫୫୦ କିଲୋମିଟର ପଥ ଅତିକ୍ରମକରି ପୁଣି ଥରେ ଚର୍ଚାକୁ ଆସିଛନ୍ତି ସମ୍ବଲପୁର ଡିଏଫଓ ବିଶ୍ବନାଥ ନିଲନ୍ନଭର। ସାଇକେଲରେ ସେ ଲେହରୁ ୧୯୦୨୫ ଫୁଟ୍‌ ଉଚ୍ଛତାରେ ଥିବା ଉମଲିଙ୍ଗ ଲା’ ପାସ୍‌ରେ ପହଂଚି ସେ ଏହି ରେକର୍ଡ ହାସଲ କରିଛନ୍ତି।

Advertisment

ସଡ଼କପଥରେ ପହଂଚି ହେଉଥିବା ପୃଥିବୀର ଉଚ୍ଚତମ ଉମଲିଂଗ ଲା’ ପାସ୍‌ ଅଭିମୁଖେ ସେ ଜୁଲାଇ ୧୪ରେ ବାହାରି ୨୨ ତାରିଖରେ ପହଂଚିଥିଲେ। ଏଭରେଷ୍ଟର ବେସ୍‌ କ୍ୟାମ୍ପରୁ ବି ଅଧିକ ଉଚ୍ଚତାରେ ଥିବା ଉମଲିଂଗ ଲା’ ପାସ ଅଭିମୁଖେ ଏକ ୪୬ ଜଣ ସାଇକେଲ ଚାଳକ ଦଳ ବାହାରି ଥିଲେ। ତେବେ, ଏଥିରେ ମାତ୍ର ୩୫ ଜଣ ସଫଳ ହୋଇଥିଲେ। ଏହି ସଫଳତା ହାସଲ କରିବା ଦିଗରେ ସମ୍ଭବତଃ ବିଶ୍ବନାଥ ହେଉଛନ୍ତି ପ୍ରଥମ ଭାରତୀୟ ବନସେବା ଅଧିକାରୀ ‌ବୋଲି କହାଯାଉଛି। ୟୁଥ୍‌ ହଷ୍ଟେଲ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।