ଦଶପଲ୍ଲା: ଗୋଷ୍ଠୀ ଜଙ୍ଗଲ ମଧ୍ୟରୁ ଗଛ କଟାକୁ ନେଇ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର କଳସାଖମଣ ପଂଚାୟତ କଣପାଜୁ ଗ୍ରାମରେ ବିବାଦ ଲାଗି ରହିଥିବା ବେଳେ ଆଜି ଏହାକୁ ନେଇ ଆକ୍ରୋଶର ଶିକାର ହୋଇଛନ୍ତି ବନଖଣ୍ତ ଅଧିକାରୀ କ୍ଷମା ଷଡଙ୍ଗୀ। ପୂର୍ବାହ୍ଣ ପ୍ରାୟ ସାଢ଼େ ୧୧ଟା ସମୟେର ବନଖଣ୍ତ ଅଧିକାରୀଙ୍କ ସେମତ ବନାଚଂଳ ଅଧିକାରୀ ସୁଦର୍ଶନ ଦେହୁରୀ, ବନ ଉନ୍ନୟନ ନିଗମ ଏସ୍ଡିଏମ୍ ଶିବାଶିଷ ଦାସ ଗାଁରେ ପହଁଚିଥିଲେ। ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସମୟରେ ଗ୍ରାମବାସୀ ବର୍ଷବର୍ଷ ଧରି ରାସ୍ତାପାଇଁ ଦୁର୍ଦ୍ଦଶା ଭୋଗୁଥିବା ନେଇ ବନବିଭାଗ ଉପରେ ବର୍ଷିଥିଲେ। ଶେଷରେ ରାସ୍ତାର ଅବସ୍ଥା ପରଖିବା ପାଇଁ ବନଖଣ୍ତ ଅଧିକାରୀଙ୍କୁ କହିଥିଲେ। ହେଲେ ଗାଡ଼ିରେ ନୁହେଁ, ଆମ ସହିତ ଚାଲିଚାଲି ଯାଇ ରାସ୍ତା ଅବସ୍ଥା ପରଖିବାକୁ ଜିଦ୍ ଧରିଥିଲେ।
/sambad/media/post_attachments/wp-content/uploads/2023/12/674d09dd-15dd-4ccc-aa80-e2db03588a1a.jpeg)
ଶେଷରେ ବନଖଣ୍ତ ଅଧିକାରୀଙ୍କ ସମେତ ବନାଚଂଳ ଅଧିକାରୀ ଏବଂ ଏସ୍ଡିଏମ୍ ଲୋକଙ୍କ ସହିତ ମିଶି ତପିଡ଼ା ଠାରୁ କଣପାଜୁ ପର୍ଯ୍ୟନ୍ତ ପ୍ରାୟ ୩କିମି ରାସ୍ତା ଜଙ୍ଗଲ ମଧ୍ୟରେ ଚାଲିଚାଲି ଯାଇ ଫେରିଥିଲେ। ଏହାପେର ରାସ୍ତା ନିର୍ମାଣ ନେଇ ଆଲୋଚନା ହୋଇ ଥିଲା। ଆସନ୍ତାକାଲି ଠାରୁ ପ୍ରଥମେ ମୋରମ୍ ବିଛାଯାଇ ରାସ୍ତା ନିର୍ମାଣ ହେବାକୁ ସେ ପ୍ରତିଶ୍ରୁତି ଦେଇଥିବା ବେଳେ ଆସନ୍ତାବର୍ଷ ଏହାକୁ କଂକ୍ରିଟ୍ କରିବାକୁ କୁହାଯାଇଛି।
ଏନେଇ ବନଖଣ୍ତ ଅଧିକାରୀଙ୍କ ସହ ଯୋଗାଯୋଗ କରାଯିବାରୁ ସେ ଫୋନ୍ ଉଠାଇ ନଥିବା ବେଳେ ବନାଚଂଳ ଅଧିକାରୀ ଶ୍ରୀ ଦେହୁରୀ କହିଛନ୍ତି ଲୋକଙ୍କ ରାସ୍ତା ସମସ୍ୟା ନେଇ ଅଭିେଯାଗ ଥିଲା। ଏହି ରାସ୍ତାକୁ ଦେଖିବା ପାଇଁ କହିବାରୁ ଚାଲିଚାଲି ଯାଇଥିଲୁ। ତେବେ ରାସ୍ତାର ମୋରମ୍ ବିଛାଯିବା ପରେ ଜଙ୍ଗଲରେ ପଡ଼ି ରହିଥିବା ବିଭିନ୍ନ କିସମର ୯ଶହ ୮୫ ଖଣ୍ତ ଛାଡିବା ପାଇଁ ନିଷ୍ପତ୍ତି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/cf6d5ca5-1255-445d-a177-7bc6666b77df.jpeg)