ଗୁଣ୍ଡିଚାଘାଗିର ସୌନ୍ଦର୍ଯ୍ୟୀକରଣ ପାଇଁ ଡିଏଫ୍‌ଓଙ୍କ ଅନୁଧ୍ୟାନ

ହରିଚନ୍ଦନପୁର:  ଅନନ୍ଦପୁର ବନ୍ୟପ୍ରାଣୀ ଡିଏଫଓ ଅଭୟ କୁମାର ଦଳେଇ ଆଜି ଗୁଣ୍ଡିଚାଘାଗିର ସୌନ୍ଦର୍ଯ୍ୟୀକରଣ ପାଇଁ ପରିଦର୍ଶନରେ ଆସିଥିଲେ।  ଗୁଣ୍ଡିଚାଘାଗିରେ ଥିବା ପିଣ୍ଡି, ଘର ଆଦି କେଉଁ ବିଭାଗ କରିଥିଲା, ତାହା ଅବଗତ ହେବା ସହ ଅଧିକ କଣ ନିର୍ମାଣ କରାଗଲେ ପର୍ଯ୍ୟଟକମାନେ ଆକୃଷ୍ଟ ହେବେ ତାହା ବୁଲି ଦେଖିଥିଲେ।

ନଭେମ୍ବର ମାସରୁ  ଫେବ୍ରୁଆରି ପର୍ଯ୍ୟନ୍ତ ଗୁଣ୍ଡିଚାଘାଗିରେ ବଣଭୋଜି  ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରୁ ଲୋକଙ୍କ ଭିଡ଼ ଜମିଥାଏ ।  ପର୍ଯ୍ୟଟକମାନେ ଘଟଗାଁରେ ମା’ ତାରିଣୀଙ୍କୁ ଦର୍ଶନ କରିବାପରେ  ବଣଭୋଜି ପାଇଁ ଗୁଣ୍ଡିଚାଘାଗିକୁ ଆସିଥାନ୍ତି।  ହରିଚନ୍ଦନପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ମାଝି, ଦେଓଗାଁ ରେଞ୍ଜ ଅଧିକାରୀ ସୁରେନ୍ଦ୍ରନାଥ ହେମ୍ବ୍ରମ, ହରିଚନ୍ଦନପୁର ବନପାଳ ଡମ୍ବରୁଧର ମହାନ୍ତ, ବନରକ୍ଷୀ ପୁଷ୍ପଲତା ସାହୁ ପ୍ରମୁଖ ଡିଏଫଓଙ୍କ ସହ ଏହି ପରିଦର୍ଶନରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର