ପୁଲିସ୍‌ ମୁଖ୍ୟାଳୟରେ ଡିଜିଙ୍କ ସମୀକ୍ଷା ବୈଠକ : ମାର୍ଚ୍ଚ ୭ରୁ ୧୪ ନିଖୋଜ ପିଲା ଖୋଜା ଅଭିଯାନ

କଟକ : ରାଜ୍ୟ ପୁଲିସ ଡିଜି ଅଭୟ ବୁଧବାର ଅପରାହ୍ନରେ ରାଜ୍ୟର ସମସ୍ତ ଏସ୍‌ପି, କଟକ ଓ ରାଉରକେଲାର ରେଳବାଇ ଏସ୍‌ପି, ଡି.ସି.ପି ଭୁବନେଶ୍ୱର ଓ ଡି.ସି.ପି କଟକଙ୍କ ସମେତ ସମସ୍ତ ରେଂଜର ଆଇ.ଜି ଓ ଡି.ଆଇ.ଜି, ପୁଲିସ କମିସନର କଟକ-ଭୁବନେଶ୍ୱରଙ୍କ ସହ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ସମୀକ୍ଷା କରିଛନ୍ତି।

ବୈଠକରେ ଏମରଜେନ୍ସି ରେସ୍‌ପନ୍‌ସ ସପୋର୍ଟ ସିଷ୍ଟମ ଡାଏଲ୍‌ ୧୧୨ ର ଶୁଭାରମ୍ଭ, ସିସିଟିଏନ୍‌ଏସ୍‌ ମାଧ୍ୟମରେ ସ୍ପେଶାଲ ରିପୋର୍ଟ ଏବଂ ନନ୍ ସ୍ପେଶାଲ ରିପୋର୍ଟର ସମୀକ୍ଷା, ରାଜ୍ୟରେ ହଜିଯାଇଥିବା ପିଲାଙ୍କୁ ଠାବ କରିବା ପାଇଁ ୭ରୁ ୧୪ ତାରିଖ ମଧ୍ୟରେ ସ୍ୱତନ୍ତ୍ର ଅଭିଯାନ, ଡିଜିପି ଡିସ୍କ ଏବଂ ଅନ୍ୟାନ୍ୟ ପୋତ୍ସାହନ ପୁରସ୍କାର ମେଡାଲ ପ୍ରଦାନ ପାଇଁ ମନୋନୟନ ପ୍ରସଙ୍ଗ, ନ୍ୟାୟପାଳିକା ଏବଂ ଅଭିଯୋଜନ ମଧ୍ୟରେ ଉପଯୁକ୍ତ ସମନ୍ୱୟ, ଦୋଷମୁକ୍ତ ରାୟଗୁଡିକର ସମୀକ୍ଷା, ଆଇନ୍‌ ପରାମର୍ଶଦାତା ନିଯୁକ୍ତି, ଉଚ୍ଚ ନ୍ୟାୟାଳୟ ମାମଲାରେ ଯଥାଶୀଘ୍ର ଜବାବ ଦାଖଲ, ସରକାରୀ ଇ-ମାର୍କେଟିଙ୍ଗ୍ ନିମନ୍ତେ ସିଆର୍‌ଇସି ଜେନେରସନର ସମୀକ୍ଷା, ଆର୍ଥିକ ବ୍ୟୟ ବରାଦର ସମୀକ୍ଷା, କର୍ମଚାରୀଙ୍କ ସମ୍ପର୍କରେ ବିଶଦ ଭାବେ ଆଲୋଚନା, ଏମ୍‌-ପାସ୍‌ପୋର୍ଟ ଆପ ମାଧ୍ୟମରେ ପାସ୍‌ପୋର୍ଟର ଶୀଘ୍ର ଯାଞ୍ଚ ବ୍ୟବସ୍ଥା ଇତ୍ୟାଦି ବିଷୟ ଉପରେ ବିଷଦ୍‌ ଭାବେ ଆଲୋଚନା ହୋଇଥିଲା। ଏହି ବୈଠକରେ ଭୁବନେଶ୍ୱରରୁ ଏସ୍.ସି.ଆର.ବି ନିର୍ଦ୍ଦେଶକ, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ, ଆଇ.ଜି (ଅପରେସନ୍), ଡି.ଆଇ.ଜି ଗୁଇନ୍ଦା ବିଭାଗ ପ୍ରମୁଖ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ଅଂଶଗ୍ରହଣ କରିଥିଲେ। ଏଡିଜି (ମୁଖ୍ୟାଳୟ), ଏଡିଜି (ଆଇନ ଶୃଙ୍ଖଳା), ଏଡିଜି (କ୍ରାଇମବ୍ରାଞ୍ଚ), ଆଇ.ଜି (କ୍ରାଇମବ୍ରାଞ୍ଚ), ଆଇ.ଜି (ପ୍ରୋଭିଜନିଂ), ଆଇ.ଜି (ପର୍ସନେଲ) ପ୍ରମୁଖ ପୁଲିସ ମୁଖ୍ୟାଳୟରୁ ବୈଠକରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର