ପୁରୀ/ ଭୁବନେଶ୍ୱର : ଚିଲିକା ଉପରେ ହେଲିକପ୍ଟର ଉଡାଇବା ବିବାଦରେ ଛନ୍ଦି ହୋଇଥିବା ବୈଜୟନ୍ତଙ୍କ ହେଲିକପ୍ଟରକୁ ଦୋଷମୁକ୍ତ କରିଛନ୍ତି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ( ଡିଜିସିଏ)। ଗତ ସେପ୍ଟେମ୍ବର ୧୫ ତାରିଖରେ ଇମ୍ଫା ହେଲିକପ୍ଟର ରବିନସନ ଆର-୪୪ ଉଡାଣରେ କୌଣସି ବ୍ୟତିକ୍ରମ ନଥିଲା ଓ କୌଣସି ନିୟମ ଉଲ୍ଲଂଘନ ହୋଇ ନଥିବା ବୋଲି ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଡିଜିସିଏ ଲେଖିଥିବା ଚିଠିରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି । ଡିଜିସିଏଙ୍କ ଏହି ରିପୋର୍ଟ ଏବେ ବୈଜୟନ୍ତଙ୍କୁ ଆଶ୍ୱସ୍ତି ଦେଇଛି । ଡିଜିସିଏଙ୍କ ରିପୋର୍ଟ ପରେ ପୁରୀ ପୁଲିସର ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା କରାଯାଇଛି। ପୁଲିସ୍ ସିଜ୍ କରିଥିବା ବୈଜୟନ୍ତଙ୍କ ହେଲିକପ୍ଟର ହ୍ୟାଙ୍ଗର କେତେ ଶୀଘ୍ର ଖୋଲୁଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।
ଏହା ପୂର୍ବରୁ ସେପ୍ଟେମ୍ବର ୧୫ରେ ଚିଲିକାରେ ବୈଜୟନ୍ତଙ୍କ ହେଲିକପ୍ଟର କମ ଉଚ୍ଚତାରେ ଉଡିବା ସହ ଅବତରଣ କରିବା ଅଭିଯୋଗ ହୋଇଥିଲା । ପରେ ୧୭ ତାରିଖରେ ପୁରୀ ଅରଖକୁଦା ମେରାଇନ ଥାନାରେ ଏ ନେଇ ଏତଲା ଦାୟର କରିଥିଲେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) । ଯେଉଁ ଆଧାରରେ ସେହିଦିନ ସନ୍ଧ୍ୟାରେ ହିଁ ପୁରୀ ପୋଲିସ ଭୁବନେଶ୍ୱର ଏୟାରପୋର୍ଟରେ ଥିବା ବୈଜୟନ୍ତଙ୍କ ହ୍ୟାଙ୍ଗର ସହ ୩ଟି ହେଲିକପ୍ଟର ସଙ୍ଗେ ସଙ୍ଗେ ସିଜ୍ କରିଥିଲା । ଏହାକୁ ନେଇ ଜୋର ଧରିଥିଲା ରାଜନୀତି । ଡିଜିସିଏ ରିପୋର୍ଟ ଆସିବା ପୂର୍ବରୁ ହ୍ୟାଙ୍ଗର ସହ ୩ଟି ହେଲିକପ୍ଟର ସିଜ୍ କରିବାକୁ ସହଜରେ ଗ୍ରହଣ କରିପାରିନଥିଲେ ବୈଜୟନ୍ତ । ଏହି କାରଣ ଲାଗି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ବୈଜୟନ୍ତ । ଏପରିକି ହ୍ୟାଙ୍ଗର ଖୋଲିବାକୁ ଅନୁରୋଧ ମଧ୍ୟ କରିଥିଲେ ।
/sambad/media/post_attachments/wp-content/uploads/2018/10/NdEJJUDWZ0-234x300.jpg)
ଏହି ଘଟଣାକୁ ନେଇ ଇମ୍ପା ପକ୍ଷରୁ ମଧ୍ୟ ପୁରୀ ଏସପିଙ୍କୁ ଚିଠି ମଧ୍ୟ ଲେଖାଯାଥଲା । ଅଭିଯୋଗ ଆସିଥିବା ହେଲିକପ୍ଟରକୁ ସିଜ୍ କରିବା ବଦଳରେ ପୂରା ହ୍ୟାଙ୍ଗରକୁ ସିଜ୍ କରିବା ଦ୍ୱାରା ଅନ୍ୟ ଦୁଇଟି ହେଲିକପ୍ଟରର ରକ୍ଷାଣବେକ୍ଷଣ କରାଯାଇ ପାରୁନାହିଁ । ତେଣୁ ପରବର୍ତ୍ତୀ ସମୟରେ ଏହି ହେଲିକପ୍ଟରରେ କୌଣସି ତ୍ରୁଟି ଦେଖାଯାଏ ତେବେ ଏଥିପାଇଁ ପୁରୀ ଏସପି ଦାୟୀ ରହିବେ ବୋଲି କୁହାଯାଇଥିଲା । ଏସବୁ ଭିତରେ ଏବେ ଡିଜିସିଏ ରିପୋର୍ଟ ଆସିଛି, ଯେଉଁଥିରେ ବୈଜୟନ୍ତଙ୍କ ହେଲିକପ୍ଟରକୁ କ୍ଲିନଚିଟ୍ ମିଳିଛି ।
ତେବେ ପ୍ରଶ୍ନ ଉଠୁଛି, ଡିଜିସିଏ ରିପୋର୍ଟ ଦେଖିବା ପରେ ପୁରୀ ପୋଲିସ କେବେ ଖୋଲିବ ବୈଜୟନ୍ତଙ୍କ ହେଲିକପ୍ଟର ହ୍ୟାଙ୍ଗର । କାରଣ ଏତଲା ଦାୟର ହେବାର ଗୋଟିଏ ଦିନ ମଧ୍ୟରେ ପୁରୀ ଏସପି ଯେଉଁଭଳି ଭାବେ ତତ୍ପରତା ଦେଖାଇ ବୈଜୟନ୍ତଙ୍କ ହେଲିକପ୍ଟର ହ୍ୟାଙ୍ଗର ସିଜ୍ କରିଥିଲେ ଠିକ୍ ସେହିଭଳି ତତ୍ପରତା ଦେଖାଇ ହ୍ୟାଙ୍ଗରର ଦ୍ୱାର ଖୋଲିବେ କି ନାହିଁ ତାହା ଉପରେ ଏବେ ପୂରା ରାଜ୍ୟବାସୀଙ୍କର ନଜର ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/bai-2.jpg)