ଗତ ୨୪ ଘଣ୍ଟା ଭିତରେ କରୋନା ନିର୍ଦେଶାବଳୀ ଉଲ୍ଲଂଘନ ପାଇଁ ଓଡ଼ିଶାରେ୨୪୫ଟି ମାମଲା ପଞ୍ଜିକୃତ ହୋଇଛି: ଓଡ଼ିଶା ପୁଲିସ ମହାନିର୍ଦେଶକ

ଭୁବନେଶ୍ବର: ଗତକାଲି ସକାଳରୁ ଏପ୍ରିଲ୍ ୪ ତାରିଖ ସକାଳ ଭିତରେ କରୋନା ସହ ଜଡ଼ିତ ନିର୍ଦେଶkବଳୀ ଉଲ୍ଲଂଘନ ପାଇଁ ଓଡ଼ିଶାରେ ମୋଟ୍ ୨୪୫ଟି ମାମଲା ପଞ୍ଜିକୃତ ହୋଇଛି ବୋଲି ଓଡ଼ିଶା ପୁଲିସ ମହାନିର୍ଦେଶକ ଅଭୟ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି | ଏଥିମଧ୍ୟରୁ, ଲକଡାଉନ୍ ଉଲ୍ଲଂଘନ ପାଇଁ ୨୩୦ଟି ମାମଲା, ହୋମ୍ କ୍ବାରେଣ୍ଟାଇନର ଉଲ୍ଲଂଘନ ପାଇଁ ୩ଟି ମାମଲା ପଞ୍ଜିକୃତ ହୋଇଛି | ଅନ୍ୟାନ୍ୟ ସମସ୍ୟା ପାଇଁ ୧୨ଟି ମାମଲା ପଞ୍ଜିକୃତ ହୋଇଥିବା ନେଇ ଓଡ଼ିଶା ପୁଲିସ ମହାନିର୍ଦେଶକ ସୂଚନା ଦେଇଛନ୍ତି |

ସୂଚନାଯୋଗ୍ୟ, ଆଜର ରାଜଧାନୀ ଭୁବନେଶ୍ବରରେ ୬୪ଜଣ ସଟ୍‌ଡାଉନ ନିୟମ ଉଲ୍ଲଂଘନକାରୀଙ୍କୁ ପୁଲିସ ଉଠାଇ ନେଇଥିବାର ଖବର ମିଳିଛି । ଠିକ୍ ସେହିପରି ୪୫ଜଣଙ୍କୁ ବାଧ୍ୟତାମୂଳକ କ୍ବାରେଣ୍ଟାଇନରେ ରଖାଯାଇଛି। ସେମାନଙ୍କୁ ପୁଲିସ ୧୪ଦିନ ପାଇଁ କ୍ବାରେଣ୍ଟାଇନ ରୁମ୍‌ରେ ରଖିଥିବା ଜଣାଯାଇଛି। ଆଜି ସକାଳୁ ରାଜଧାନୀର ବିଭିନ୍ନ ବସ୍ତିରେ ପୁଲିସର ପାଟ୍ରୋଲିଂ ଜାରି ରହିଛି। ଲୋକ ଗିରଫ ଭୟରେ ଘରୁ ବାହାରୁ ନ ଥିବାର ଦେଖିବାକୁ ମିଳୁଛି।
ସୂଚନାଯୋଗ୍ୟ, ଭଦ୍ରକ ସହରରୁ ୩ କରୋନା ରୋଗୀ ଚିହ୍ନଟ ହେବା ପରେ ସାରା ଜିଲ୍ଲାରେ କୋକୁଆ ଭୟ ଖେଳିଯାଇଛି। ସଟଡାଉନ ଘୋଷଣା ହୋଇଥିବା ସମୟରେ ଭଦ୍ରକ ସହରରେ ଵୁଲିଵା ଅଭିଯୋଗରେ ୯ଜଣଙ୍କୁ ଗିରଫ କରାଯାଇଥିବାର ଖବର ମିଳିଛି। ଭଦ୍ରକ ଟାଉନ ଥାନା ପୁଲିସ ୯ଜଣ ଯୁଵକଙ୍କୁ ଗିରଫ କରିଥିବା ଜଣାଯାଇଛି । ସମସ୍ତ ଯୁଵକଙ୍କୁ ୧୪ଦିନ ପାଇଁ କ୍ଵାରେଣ୍ଟାଇନରେ ରଖାଯାଇଛି ।

ସମ୍ବନ୍ଧିତ ଖବର