ଭୁବନେଶ୍ବର: ଆସନ୍ତାକାଲିଠାରୁ ବିଧାନସଭାର ତିନିଦିନିଆ ଅଧିବେଶନ ପାଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏନେଇ ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ ବିଧାନସଭା ସୁରକ୍ଷା ଯାଞ୍ଚ କରିଛନ୍ତି। ସେ କହିଛନ୍ତି, ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଉଛି। କେବଳ ପାସ ଧାରୀ ଗୃହ ମଧ୍ୟକୁ ପ୍ରବେଶ କରିପାରିବେ।
ପୁଲିସ କମିଶନର ସୁରକ୍ଷା ଦାୟିତ୍ଵରେ ରହିବେ। ୭୫ ପୁଲିସ ଅଧିକାରୀଙ୍କ ସହ ଆଠ ପ୍ଲାଟୁନ ପୁଲିସ ମୁତୟନ ରହିବେ। ଏହାଛଡ଼ା ଆଣ୍ଟି ସାବୋଟେଜ୍ ଟିମ୍ ଓ ଆଣ୍ଟି ଟେରରିଷ୍ଟ ଟିମ୍ ମଧ୍ୟ ରହିଛନ୍ତି। ଲୋୟର ପିଏମଜିରେ କୌଣସି ଧାରଣା ନାହିଁ।
ଏଣେ ପୁଲିସ କମିସନର ସଞ୍ଜୀବ ପଣ୍ଡା କହିଛନ୍ତି, ପୁଲିସ କଣ୍ଟ୍ରୋଲ ରୁମ୍ ରହିଛି। ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟ ଟିମ୍ ଓ ବିଧାନସଭା ସୁରକ୍ଷା ସମ୍ପର୍କିତ ସବୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଏହି ଯାଞ୍ଚ ସମୟରେ ପୁଲିସ କମିସନର ସଞ୍ଜୀବ ପଣ୍ଡା, ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଅନୁପ ସାହୁ ଓ ଗୁଇନ୍ଦା ଆଇଜି ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଆଗାମୀ ୧୮ ଓ ୧୯ ତାରିଖରେ କାମଚଳା ବାଚସ୍ପତି ବିଧାୟକମାନଙ୍କୁ ଶପଥ ପାଠ କରାଇବେ। ୨୦ ତାରିଖ ବାଚସ୍ପତି ନିର୍ବାଚନ ହେବ।